ଆଞ୍ଚରୁ ଲାଗିଲା ନିଆଁ, ଜଳିଗଲା ୬ ଦୋକାନ

May 17, 2022 - 05:49
 50
ଆଞ୍ଚରୁ ଲାଗିଲା ନିଆଁ, ଜଳିଗଲା ୬ ଦୋକାନ
ଭଦ୍ରକ ୧୭।୦୫ : ଆଞ୍ଚ ନିଆଁରୁ ଅଗ୍ନିକାଣ୍ଡ । ଗୋଟିଏ ଦୋକାନରୁ ନିଆଁ ବ୍ୟାପି ୬ ଦୋକାନ ଭସ୍ମୀଭୂତ । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ସାତଭଉଣୀ ଛକ ନିକଟରେ ଘଟିଛି ଏପରି ଘଟଣା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଖବର ଅନୁଯାୟୀ, ଗ୍ରାମାଞ୍ଚଳ ଥାନା ସାତଭଉଣୀ ଛକ ନିକଟରେ ଥିବା ଦୋକାନର ଆଞ୍ଚରୁ ନିଆଁ ବ୍ୟାପିଥିବା ସୂଚନା ମିଳିଛି । ଆଞ୍ଚରୁ ନିଆଁ ଝୁଲ ଉଡି ମିଠା ଦୋକାନରେ ଅଗ୍ନିକାଣ୍ଡ ହୋଇଥିଲା । ପରେ ଏହି ନିଆଁ ନିକଟରେ ଥିବା ଦୋକାନକୁ ବ୍ୟାପିଥିଲା । ଅଗ୍ନିକାଣ୍ଡରେ ମିଠା ଦୋକାନ ସହ ଗ୍ୟାରେଜ , ପାନ ଦୋକାନ , ସାର ଦୋକାନ ଓ ଭେରାଇଟି ଷ୍ଟୋର ଗୁଡିକ ଜଳିପୋଡି ପାଉଁଶ ହୋଇଯାଇଛି । ଏପିରିକି ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ତେବେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଆୟତ୍ତ ହୋଇନଥିଲା । ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।