ସୁନୀଲ ବଂଶଲ ନୂଆ ପୋଲିସ ଡିଜି

Dec 15, 2021 - 09:32
 63
ସୁନୀଲ ବଂଶଲ ନୂଆ ପୋଲିସ ଡିଜି
ଭୁବନେଶ୍ବର: ସୁନୀଲ ବଂଶଲଙ୍କୁ ଓଡିଶା ପୋଲିସ ଡିଜି ଦାୟିତ୍ବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନୀଲଙ୍କୁ ନିଯୁକ୍ତି ଦେଇଛନ୍ତି । ୨୦୨୪ ପର୍ୟ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ । ବର୍ତ୍ତମାନ ପୋଲିସ ଡିଜି ଅଭୟଙ୍କ କାର୍ୟ୍ୟକାଳ ସରିବା ପରେ ସେ ଏହି ଦାୟିତ୍ବ ନେବେ । ତେବେ ଆସନ୍ତା ୩୧ ରୁ ଅବସର ନେବେ ପୋଲିସ ଡିଜି ଅଭୟ । ତେବେ ୧୯୮୭ ବ୍ୟାଚର ଆଇପିଏସ୍ ହେଉଛନ୍ତି ସୁନୀଲ ବଂଶଲ। ବର୍ତ୍ତମାନ ସେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିଦେ୍ର୍ଧଶକ ଭାବେ କାମ କରୁଛନ୍ତି । ସୁନୀଲ ବଂଶଲ ପୂର୍ବରୁ ମୟୂରଭଞ୍ଜର ଏସ୍‌ପି ଥିଲେ। ବହୁ ଦିନ ପୂର୍ବରୁବଂଶଲ କେନ୍ଦ୍ରୀୟ ଡେପୁଟେସନକୁ ଯାଇଛନ୍ତି। ଡିଜିପି ଅଭୟଙ୍କ ଠାରୁ ସୁନିଲ୍ ବଂଶଲ ଦାୟିତ୍ୱ ଗ୍ରହଣ କରିବେ ଓ ନୂଆବର୍ଷରୁ ସେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ଗତ ୮ତାରିଖରେ ନୂଆଦିଲ୍ଲୀରେ ୟୁପିଏସସି ଚେୟାରମ୍ୟାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡିିଜିପି ମନୋୟନ କମିଟି ବୈଠକରେ ରାଜ୍ୟର ପୁଲିସ ଡିଜି ପଦବୀ ନିମନ୍ତେ ମୋଟ ୧୨ଜଣ ଯୋଗ୍ୟ ଆଇପିଏସଙ୍କ ନାମ ମଧ୍ୟରୁ ବରିଷ୍ଠତା ଓ ମେରିଟ୍ ଆଧାରରେ ୩ଜଣ ଆଇପିଏସଙ୍କ ନାଁ ସର୍ଟଲିଷ୍ଟ ହୋଇଥିଲା । ଶୁକ୍ରବାର ଏହି ସର୍ଟଲିଷ୍ଟ ତାଲିକା ରାଜ୍ୟ ସରକାରଙ୍କୁ ମିଳିଥିଲା । ତାଲିକାରେ ୧୯୮୬ ବ୍ୟାଚର ପ୍ରଦୀପ କାପୁର, ୧୯୮୭ ବ୍ୟାଚର ସୁନୀଲ ବଂଶଲ ଓ ୧୯୮୮ ବ୍ୟାଚର ମନୋଜ କୁମାର ଛାବ୍ରାଙ୍କ ନାମ ସର୍ଟଲିଷ୍ଟ ହୋଇଥିବାବେଳେ ଏବେ କେବଳ ଶ୍ରୀ ଛାବ୍ରା ହିଁ ଓଡ଼ିଶାରେ କାର୍ୟ୍ୟ କରୁଛନ୍ତି । ଶ୍ରୀ କାପୁର ଦୀର୍ଘ ୫ବର୍ଷରୁ ଅଧିକ ସମୟ ଧରି ଓ ଶ୍ରୀ ବନସଲ ୨୭ବର୍ଷରୁ ଊର୍ଦ୍ଧ୍ୱ ଅବଧି ଧରି କେନ୍ଦ୍ରୀୟ ଡେପୁଟେସନରେ ରହିଛନ୍ତି ।