ଷ୍ଟାର୍ଟ ଅପ୍ ମାନ୍ୟତାରେ ଓଡିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ
ଭୁବନେଶ୍ୱର,୨୦/୧୨(ସକାଳଖବର): ଭାରତ ସରକାରଙ୍କ ଔଦ୍ୟୋଗିକ ନୀତି ଓ ସମ୍ବର୍ଦ୍ଧନ ବିଭାଗ(ଡିଆଇପିପି) ଦ୍ୱାରା ରାଜ୍ୟ ଷ୍ଟାର୍ଟ ଅପ୍ ମାନ୍ୟତା-୨୦୧୮ରେ ଓଡ଼ିଶାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ(ଟପ୍ ପରଫର୍ମର) ରାଜ୍ୟ ଭାବେ ଘୋଷଣା କରାଯାଇଛି । ୩୮ଟି ମାନଦଣ୍ଡକୁ ବି·ରକୁ ନେଇ ଏହା ହେଉଛି ସର୍ବପ୍ରଥମ ମାନ୍ୟତା ପ୍ରଦାନ ପ୍ରକ୍ରିୟା ।
ସଂପୃକ୍ତ ରାଜ୍ୟରେ ଥିବା ଷ୍ଟାର୍ଟ ଅପ୍ ପରିବେଶ ଓ ହିତାଧିକାରୀମାନଙ୍କ ମତାମତକୁ ବି·ରକୁ ନେଇ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଷ୍ଟାର୍ଟ ଅପ୍ ନୀତି କାର୍ଯ୍ୟାନ୍ୱୟନ, ଇନ୍କୁ୍ୟବେସନ୍ ହବ୍, ସିଡିଙ୍ଗ୍ ଇନୋଭେସନ୍, ରେଗୁଲେଟୋରୀ ଚେଞ୍ଜ ଫ୍ରେମ୍ ୱାର୍କ, ପବ୍ଲିକ୍ ପୋ୍ରକ୍ୟୁରମେଂଟ ଇନିସିଏଟିଭ୍ ଅ ।ଣ୍ଡ କମ୍ୟୁନିକେସନ୍କୁ ବି·ରକୁ ନେଇ ଓଡ଼ିଶା ଚମ୍ପିଅନ୍ ରାଜ୍ୟ ଭାବରେ ମଧ୍ୟ ଏଥି ପୂର୍ବରୁ ଘୋଷିତ ହୋଇଛି । ନୂଆଦିଲ୍ଲୀସ୍ଥିତ ପ୍ରବାସୀ ଭାରତୀୟ କେନ୍ଦ୍ରଠାରେ ଆୟୋଜିତ ଏକ ଉତ୍ସବରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଲକ୍ଷ୍ମୀନାରାୟଣ ଗୁପ୍ତା ଓଡ଼ିଶା ସରକାରଙ୍କ ପକ୍ଷରୁ ଟପ୍ ପରଫର୍ମର ପ୍ରମାଣପତ୍ର ଡିଅ ।ଇପିପିର ସଚିବ ଶ୍ରୀ ରମେଶ ଅଭିଷେକଙ୍କଠାରୁ ଗୁରୁବାର ଗ୍ରହଣ କରିଛନ୍ତି । ଏକ ଷ୍ଟାର୍ଟ ଅପ୍ ଅନୁକୂଳ ପରିବେଶ ସୃଷ୍ଟି ଦିଗରେ ଓଡ଼ିଶା ସରକାରଙ୍କ ପୋଷଣୀୟ ଓ ବଳିଷ୍ଠ ଉଦ୍ୟମକୁ ଡିଅ ।ଇପିପିର ସଚିବ ଶ୍ରୀ ଅଭିଷେକ ଭୂୟସୀ ପ୍ରଶଂସା କରିଥିଲେ ।
ଏହି ମାନ୍ୟତା ପ୍ରାପ୍ତି ପରିପ୍ରେକ୍ଷୀରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଗୁପ୍ତା କହିଲେ ଯେ "ଅ ।ମ୍ଭେମାନେ ଷ୍ଟାର୍ଟ ଅପ୍ ନୀତି-୨୦୧୬ର କାଯର୍ୟାନ୍ୱୟନ ନିମନ୍ତେ ଅନେକ ପଦକ୍ଷେପ ନେଇଛୁ ଓଡ଼ିଶାକୁ ଦେଶର ସର୍ବଶ୍ରେଷ୍ଠ ତିନୋଟି ଷ୍ଟାର୍ଟ ଅପ୍ ହବ୍ରେ ସ୍ଥାନିତ କରିବା ହେଉଛି ଏହାର ପ୍ରମୁଖ ଲକ୍ଷ୍ୟ । ସଂପ୍ରତି ଅ ।ମେ ଦ୍ରୁତ ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଥିବା ଏକ ରାଜ୍ୟ ଯେଉଁଠି ୨୦ରୁ ଊଦ୍ଧ୍ୱର୍ ଷ୍ଟାର୍ଟ ଅପ୍ ପଞ୍ଜୀକୃତ ହୁଅନ୍ତି ।' ସଂପ୍ରତି ରାଜ୍ୟ ସରକାରଙ୍କ ଦ୍ୱାରା ୧୮ ମାସ ମଧ୍ୟରେ ୩୩୪ଟି ଷ୍ଟାର୍ଟ ଅପ୍କୁ ସ୍ୱୀକୃତି ପ୍ରଦାନ କରାଯାଇଛି । ରାଜ୍ୟରେ ୯ଟି ଇନ୍କୁ୍ୟବେଟର, ୧୨ଟି ନୋଡାଲ ଇନ୍ଷ୍ଟିଚୁ୍ୟସନ୍ ଓ ୧୧୦ଟି ମେଂଟର ଷ୍ଟାର୍ଟ ଅପ୍ମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି । ବର୍ତମାନ ଓଡ଼ିଶାର ଷ୍ଟାର୍ଟ ଅପ୍ମାନେ ନିୟମିତ ଭାବେ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ଲାଭ କରୁଥିବାବେଳେ କେତେକ ଷ୍ଟାର୍ଟ ଅପ୍ ଭେଂଚର କ୍ୟାପିଟାଲ ଫଣ୍ଡିଂକୁ ଉତ୍ପ୍ରେରିତ କରୁଛନ୍ତି ।