ସହରାଂଚଳ ପାଇଁ ଅତିରିକ୍ତ ଆବାସ ପ୍ରକଳ୍ପ ଅନୁମୋଦିତ

Dec 20, 2018 - 18:14
 158
ସହରାଂଚଳ ପାଇଁ ଅତିରିକ୍ତ ଆବାସ ପ୍ରକଳ୍ପ ଅନୁମୋଦିତ
ଭୁବନେଶ୍ୱର, ୨୦ /୧୨(ସକାଳଖବର): ରାଜ୍ୟର ୮୮ଟି ସହରାଂଚଳରେ ବସବାସ କରୁଥିବା ୨୧,୮୯୪ ଜଣ ହିତାଧିକାରୀଙ୍କୁ ଓଡ଼ିଶା ସହରାଂଚଳ ଆବାସ ଯୋଜନାରେ ପକ୍କା ଘର ଯୋଗାଣ ପ୍ରକଳ୍ପ ପ୍ରସ୍ତାବ ଗୁଡିକୁ ମଞ୍ଜୁରୀ ମିଳିଛି । ମୁଖ୍ୟ ଶାସନ ସଚିବ ଅ ।ଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ସହରାଂଚଳ ହାଉସିଂ ମିଶନର ରାଜ୍ୟ ସ୍ତରୀୟ ମଞ୍ଜୁରୀ କମିଟି ବୈଠକରେ ଏହି ଅନୁମୋଦନ ଦିଆଯାଇଛି । ରାଜ୍ୟ ସଚିବାଳଠାରେ ଅନୁଷ୍ଠିତ ଏହି ବୈଠକରେ ଗୃହ ନଗର ଉନ୍ନୟନ ବିଭାଗ ଶାସନ ସଚିବ ଶ୍ରୀ ଜି.ମାଥିଭାଥାନନ୍ ଯୋଜନା କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ବିଷୟବସ୍ତୁ ଓ ସଦ୍ୟତନ ତଥ୍ୟ ଅ ।ଲୋଚନା ପାଇଁ ଉପସ୍ଥାପନ କରିଥିଲେ । ବର୍ତମାନ ପର୍ଯ୍ୟନ୍ତ ମଞ୍ଜୁରୀ ପ୍ରାପ୍ତ ପ୍ରକଳ୍ପ ଗୁଡିକରେ ଅଗ୍ରଗତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ପକ୍କା ଘର ନଥିବା ସମସ୍ତ ସହରବାସୀଙ୍କ ପାଇଁ ଗୃହ ଯୋଗାଣ ନିମନ୍ତେ ପରିପୃକ୍ତି ଭିତିରେ ନିର୍ଦ୍ଧିଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏଥିପାଇଁ ସମସ୍ତ ସହରାଂଚଳରେ ସର୍ଭେ କାମ ଚଳିତ ମାସ ଶେଷସୁଦ୍ଧା ସାରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା । ବୈଠକରେ ବିଭାଗୀୟ ଶାସନ ସଚିବ ଶ୍ରୀ ଜି.ମାଥିଭାଥାନନ୍ ୮୮ ଟି ସହରରୁ ଅ ।ସିଥିବା ୧୨୬ଟି ଗୃହ ନିର୍ମାଣ ପ୍ରକଳ୍ପ ବିଷୟରେ ସବିଶେଷ ସୂଚନା ଦେଇଥିଲେ । ପ୍ରସ୍ତାବର ବିଭିନ୍ନ ଦିଗ ବିଷୟରେ ଅ ।ଲୋଚନା କରାଯାଇ ଯୋଜନାରେ ସାମିଲ କରିବା ନିମନ୍ତେ ସୁପାରିଶ କରାଯାଇଥିଲା । ସୂଚନାଯୋଗ୍ୟ, ଏହି ପ୍ରକଳ୍ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପାଣ୍ଠି ଯୋଗାଇଥାଅ ।ନ୍ତି । ହିତାଧିକାରୀ ମଧ୍ୟ କିଛି ଅଂଶ ଧନ ଦେଇଥାନ୍ତି । ଘର ପିଛା କେନ୍ଦ୍ର ସରକାର ୧.୫୦ ଲକ୍ଷ ଏବଂ ରାଜ୍ୟ ସରକାର ୫୦,୦୦୦ ଟଙ୍କା ସହାୟତା ଦିଅନ୍ତି ।ଏହାଛଡା ପ୍ରତି ହିତାଧିକାରୀ ପରିବାରଙ୍କୁ ପାଇଖାନା ନିର୍ମାଣ ନିମନ୍ତେ ସ୍ୱଚ୍ଛ ଭାରତ ମିଶନରୁ ୮ ହଜାର ଟଙ୍କା ଯୋଗାଇ ଦିଆଯାଇଥାଏ ।କାର୍ଯ୍ୟାଦେଶ ପାଇବାର ୪ ମାସ ମଧ୍ୟରେ ଗୃହ ନିର୍ମାଣ ସଂପୂଣ୍ଣ ର୍ କଲେ ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ଏବଂ ୬ ମାସ ମଧ୍ୟରେ ସଂପୂଣ୍ଣ ର୍ କଲେ ୧୦ ହଜାର ଟଙ୍କାର ପ୍ରୋସôାହନ ରାଶି ରୂପେ ରାଜ୍ୟ ସରକାରଙ୍କ ତରଫରୁ ଦିଅ ।ଯାଏ । ହିତାଧିକାରୀ ନିଜ ଘରର ଅ ।କାର ଅନୁସାରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଂଶ ଧନ ଦେବାର ପ୍ରାବଧାନ ରହିଛି । ଅଂଶଧନ ନିମନ୍ତେ ହିତାଧିକାରୀ ମାନଙ୍କୁ ବ୍ୟାଙ୍କ୍ ଋଣ ବ୍ୟବସ୍ଥା ସହ ସଂଯୋଜିତ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ । ପ୍ରତି ଘର ସହ ତିଅ ।ରି ହେଉଥିବା ପାଇଖାନାରେ ସମନ୍ୱିତ ଗାଧୁଅ ।ଘର ବ୍ୟବସ୍ଥା ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିଦେ୍ର୍ଧଶ ଦେଇଥିଲେ ।