ଶ୍ରୀ ଶ୍ରୀ ୟୁନିଭରସିଟି କର୍ମଚାରୀ ଗୁଳିମାଡ଼ରେ ମୃତ

Nov 25, 2018 - 07:47
 167
ଶ୍ରୀ ଶ୍ରୀ ୟୁନିଭରସିଟି କର୍ମଚାରୀ ଗୁଳିମାଡ଼ରେ ମୃତ
ଭୁବନେଶ୍ୱର,୨୪/୧୧ (ସକାଳଖବର): ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ବାରଙ୍ଗ ଅନ୍ତର୍ଗତ ଗୋଡ଼ିସାହି ଫାଣ୍ଡି ନିକଟରେ ଜଣେ ବ୍ୟକ୍ତି ଦୁର୍ବୃତଙ୍କ ଗୁଳି ଚୋଟରେ ମୃତ ହୋଇଛି। ମୃତ ବ୍ୟକ୍ତିଙ୍କର ପରିଚୟ ମିଳି ନ ଥିଲେ ବି ସେ ସ୍ଥାନୀୟ ଶ୍ରୀ ଶ୍ରୀ ୟୁନିଭର୍ସିଟିର ଜଣେ କର୍ମଚାରୀ ବୋଲି ପୁଲିସ ଅନୁମାନ କରୁଛି। କେତେକ ଅଜ୍ଞାତ ଦୁର୍ବୃତ ତାଙ୍କ ଉପରକୁ ୩ ରାଉଣ୍ଡ୍‌ରୁ ଅଧିକ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି। ଗୁଳି ବ୍ୟକ୍ତିଙ୍କର ହାତ, ପେଟ ପାଖ ଏବଂ ମୁଣ୍ଡରେ ଲାଗିଛି। ତେବେ ଗୁଳିମାଡ଼ ପଛରେ ପ୍ରକୃତ କାରଣ କ’ଣ ତାହା ଜଣାପଡିନାହିଁ ।ପୁଲିସ ଏ ମାମଲାରେ ତଦନ୍ତ ଅନୁସନ୍ଧାନ ଆରମ୍ଭ କରିଛି।