ଅନୁପ ସାଏଙ୍କୁ ମିଳିଲା ଜାମିନ

Nov 4, 2022 - 06:19
 41
ଅନୁପ ସାଏଙ୍କୁ ମିଳିଲା ଜାମିନ
ଭୁବନେଶ୍ୱର: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଲା ଜାମିନ। ମାଆ, ଝିଅ ହତ୍ୟା ମାମଲାରେ ତାଙ୍କୁ ଜାମିନ ଦେଇଛନ୍ତି ଛତିଶଗଡ଼ ହାଇକୋର୍ଟ। ମାମଲାରେ ଗତ ଏପ୍ରିଲରେ ଅନୁପଙ୍କୁ ଆଜୀବନ ଜେଲ୍ ଦେଇଥିଲେ ରାଇଗଡ଼ ସେସନ୍ସ କୋର୍ଟ। ୨୦୧୬ ମେ’ ମାସରେ କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷର ଝିଅକୁ ହତ୍ୟା କରାଯାଇଥିଲା। ଛତିଶଗଡ଼ ରାଇଗଡ଼ ଜିଲ୍ଲା ହମିରପୁରରୁ ଉଭୟଙ୍କ ମୃତଦେହ ମିଳିଥିଲା। ଘଟଣାରେ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଗିରଫ ହୋଇଥିଲେ। ଅନୁପଙ୍କୁ ଆଜୀବନ ହୋଇଥିଲା ବେଳେ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଖଲାସ କରିଥିଲେ କୋର୍ଟ। ସେବେଠୁ ଜେଲ୍‌ ଥିଲେ ଅନୁପ ସାଏ। ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।