ଶକ୍ତି ସଂରକ୍ଷଣ ଦିଗରେ ଅନ୍ୟ ଏକ ପଦକ୍ଷେପ

Sep 4, 2018 - 18:30
 188
ଶକ୍ତି ସଂରକ୍ଷଣ ଦିଗରେ ଅନ୍ୟ ଏକ ପଦକ୍ଷେପ
ଭୁବନେଶ୍ୱର,୪/୯(ସକାଳଖବର):ରାଜ୍ୟ ସରକାର ଆମ ଘରେ ଏଲ୍ଇଡ଼ି କାର୍ଯ୍ୟକ୍ରମର ରୂପରେଖା ପ୍ରସ୍ତୁତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ମାସରେ ଆରମ୍ଭ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାରୁ ଚଳିତ ସେପ୍ଟେମ୍ବର ମାସ ମଧ୍ୟରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଅ।ଦିତ୍ୟ ପ୍ରସାଦ ପାଢ଼ୀ ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ଶକ୍ତି ବିଭାଗ ଅଧିକାରୀ ଓ ଯନ୍ତ୍ରୀ ମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ମଙ୍ଗଳବାର ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ଅ।ଲୋଚନା କଲାବେଳେ ଶ୍ରୀ ପାଢ଼ୀ ଏହି ନିଦେ୍ର୍ଧଶ ଦେଇଥିଲେ । ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ଭିଡ଼ିଓ କନ୍ଫେରେନ୍ସିଂ ରେ ଶକ୍ତି ଓ ସୂଚନା ଏବଂ ଲୋକ ସଂପର୍କ ବିଭାଗ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ଅ।ମ ଘରେଏଲ୍ଇଡ଼ି. କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ପଦ୍ଧତି ବିଷୟରେ ସୂଚନା ଦେଇଥିଲେ । ଶ୍ରୀ ଶର୍ମା ଜଣାଇଥିଲେ ଯେ ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ଓପିଟିସିଏଲ୍ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ପରିବାର ମାନଙ୍କୁ ୪ କୋଟି ବଲ୍ବ୍ ମାଗଣାରେ ଯୋଗାଇ ଦିଆଯିବ । ଏହି ବଲ୍ବ୍ ଗୁଡିକର ୩ ବର୍ଷ ୱାରେଂଟି ରହିବ । ବଲ୍ବ୍ ଗୁଡିକୁ ସୁଲଭ ଖାଉଟି ବିକ୍ରୟ କେନ୍ଦ୍ର (ପିଡ଼ିଏସ୍ ରିଟେଲ୍ ସପ୍ ) ମାଧ୍ୟମରେ ଯୋଗାଇ ଦିଆଯିବ । ଖାଦ୍ୟ ଯୋଗାଣ ଦିନ ଖାଉଟି ମାନେ ଖାଦ୍ୟ ଦ୍ରବ୍ୟ ସହ ଏହି ବଲ୍ବ୍ ନେଇ ପାରିବେ । ବଲ୍ବ୍ ହିତାଧିକାରୀଙ୍କୁ ଯୋଗାଇବା ବାବଦରେ କେଂଟ୍ରାଲ ଡିଲରଙ୍କୁ ମଧ୍ୟ ସେବା ଯୋଗାଣ ଦେୟ ସରକାରଙ୍କ ତରଫରୁ ଦିଆଯିବ । ଉନ୍ନୟନ କମିଶନର ଶ୍ରୀ ଆର୍.ବାଲାକ୍ରିଷ୍ଣନ୍ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଗରିବ ଲୋକମାନଙ୍କ ଘରେ ବିଜୁଳି ଅ ।ଲୁଅ ସହ ଶକ୍ତି ସଂରକ୍ଷଣର ଏକ ଅଭିନବ ପନ୍ଥା । ରାଜ୍ୟବାସୀଙ୍କ ହିତ ତଥା ପରିବେଶ ସୁରକ୍ଷା ପଦକ୍ଷେପ ଭାବେ ଏହି କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବା ପାଇଁ ଉନ୍ନୟନ କମିଶନର ଶ୍ରୀ ନିଦେ୍ର୍ଧଶ ଦେବା ସହ ଏହାର ସଫଳ ରୂପାୟନ ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ଶକ୍ତି ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀ ମାନେ ସମନ୍ୱିତ ଭାବେ କାର୍ଯ୍ୟକରିବାକୁ ନିଦେ୍ର୍ଧଶ ଦେଇଥିଲେ ।