ରାଜ୍ୟ ବଜେଟ୍: ୫୭ ହଜାର କୋଟିର ଲେଖାନୁଦାନ ପ୍ରସ୍ତାବ
ଭୁବନେଶ୍ୱର, ୭/୧(ସକାଳଖବର): ବିରୋଧି ଦଳର କକ୍ଷତ୍ୟାଗ ମଧ୍ୟରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ୧ ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ୍ ବିଧାନସଭାରେ ଉପସ୍ଥାପନ କରିଛନ୍ତି । ଯାହାକି ୨୦୧୮ ଓ ୧୯ ଆର୍ଥିକ ବର୍ଷର ତୁଳନାରେ ୧୦.୪ ପ୍ରତିଶତ ଅଧିକ ରହିଛି ବୋଲି ସେ କହିଛନ୍ତି । ସେହିପରି ଆର୍ଥିକ ବର୍ଷର ପ୍ରଥମ ଚାରି ମାସ ପାଇଁ ଚାଲୁ ରହିଥିବା ଯୋଜନା ଓ କାର୍ଯ୍ୟକ୍ରମ ନିମିତ ସରକାର ୫୬ ହଜାର ୯୨୧ କୋଟି ଟଙ୍କାର ଲେଖା ଅନୁଦାନ ପାରିତ କରିବା ପାଇଁ ଅନୁମୋଦନ ଲୋଡିଛନ୍ତି । ଏହି ଜନକଲ୍ୟାଣକାରୀ ବଜେଟରେ ଅଭିବୃଦ୍ଧି, ବିକାଶ, ଭିତିଭୂମି, ଉନ୍ନୟନ ଓ ପୁଂଜି ନିବେଶ ଉପରେ ଗୁରୁତ୍ୱ ଆରୋପ କରାଯାଇଛି । । ଏହା ପ୍ରାକୃତିକ ବିପର୍ଯ୍ୟୟ ଓ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ ନିମନ୍ତେ ଶତ ପ୍ରତିଶତ ଓ ଅନ୍ୟାନ୍ୟ ବାର୍ଷିକ ବ୍ୟୟ ଅଟକଳର ଶତକଡ଼ା ୪୦ ଭାଗ ଉଦ୍ଧିଷ୍ଟ ବୋଲି ମନ୍ତ୍ରୀ କହିଛନ୍ତି ।
ଗୁରୁବାର ଅପରାହ୍ନରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା ୨୧ ପୃଷ୍ଠା ସମ୍ବଳିତ ଲେଖା ଅନୁଦାନ ବଜେଟ ଭାଷଣ ପ୍ରଦାନ କରିଥିଲେ । ଏଥିରେ ସେ କହିଥିଲେ ଯେ, ଓଡ଼ିଶାର ଘରୋଇ ଉପôାଦ ୨୦୧୮-୧୯ ମସିହାରେ ଜାତୀୟ ଅଭିବୃଦ୍ଧିର ହାର ଶତକଡ଼ା ୭.୨ ଅତିକ୍ରମ କରି ଶତକଡ଼ା ୮.୩୫ ହାରରେ ପହଂଚିବ ବୋଲି ଆକଳନ କରାଯାଇଛି । ବିଗତ ୬ ବର୍ଷର ଜାତୀୟ ଆର୍ଥିକ ଅଭିବୃଦ୍ଧିର ହାର ହାରାହାରି ଶତକଡ଼ା ୭.୧ ପ୍ରତିଶତ ରହିଥିଲା ବେଳେ ଓଡ଼ିଶାର ହାରାହାରି ଅଭିବୃଦ୍ଧିର ହାର ୮ ପ୍ରତିଶତଠାରୁ ଅଧିକ ରହିଛି । ବିଶ୍ୱ ଓ ରାଷ୍ଟ୍ରିୟ ଅର୍ଥନୀତି ଅଭିବୃଦ୍ଧିର ଏହି ଧାରା ଅବ୍ୟାହତ ରହିଲେ ରାଜ୍ୟ ଅର୍ଥନୀତି ଆସନ୍ତା ଆର୍ଥିକ ବର୍ଷରେ ଶତକଡ଼ା ୮ ରୁ ୮.୫ ପ୍ରତିଶତକୁ ବୃଦ୍ଧି ପାଇବାର ଆଶା କରାଯାଉଛି । ଆଗାମୀ ଆର୍ଥିକ ବର୍ଷ ପାଇଁ ପୁଂଜି ଖର୍ଚ୍ଚ ୨୩ ହଜାର ୭୮୪ କୋଟି ଟଙ୍କା ଆକଳନ କରାଯାଇଛି । ଯାହା ସାମଗ୍ରିକ ଘରୋଇ ଉପôାଦର ୪.୪ । ଏତଦ୍ ବ୍ୟତୀତ ଋଣ, ଅଗ୍ରୀମ, ପୁଂଜି ସମ୍ପତି ନିର୍ମାଣ ପାଇଁ ଅନୁଦାନ ଓ ପୁଂଜି ସମ୍ପତି ସୃଷ୍ଟି ପାଇଁ ଅନ୍ୟାନ୍ୟ ଖର୍ଚ୍ଚ ନିମନ୍ତେ ମୋଟ ବ୍ୟୟ ବରାଦ ପ୍ରାୟ ୧୦ ହଜାର କୋଟି ଟଙ୍କା ଅଟେ ଯାହା ସାମଗ୍ରିକ ଘରୋଇ ଉପôାଦର ଦୁଇ ପ୍ରତିଶତ । ଉକ୍ତ ଆର୍ଥିକ ବର୍ଷ ଲାଗି ରାଜସ୍ୱ ପ୍ରାପ୍ତି ୧ ଲକ୍ଷ ୧୦ ହଜାର ୭୧୦ ଟଙ୍କା ହେବାର ଆକଳନ କରାଯାଇଛି । ଆକଳନ ଅନୁଯାୟୀ ସମ୍ପୃକ୍ତ ବର୍ଷ ରାଜସ୍ୱ ବ୍ୟୟ ୧ ଲକ୍ଷ ୨ ହଜାର ୨୨୭ ଟଙ୍କା ହେବ । ଏହି ବର୍ଷ ନିମନ୍ତେ ରାଜସ୍ୱ ବଳକା ୮ ହଜାର ୪୩୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଯାହା ସାମଗି୍ରକ ଘରୋଇ ଉପôାଦର ୧.୬ ପ୍ରତିଶତ । ତେଣୁ ବିତୀୟ ନିଅଂଟ ୧୬ ହଜାର ୧୯୩ କୋଟି ଟଙ୍କା ହେବ । ଏହା ସାମଗ୍ରିକ ଘରୋଇ ଉପôାଦର ୩ ପ୍ରତିଶତ ।
୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ରୀୟ ମଧ୍ୟବର୍ତୀ କାଳୀନ ବଜେଟ ଅନୁଯାୟୀ କେନ୍ଦ୍ରୀୟ ଟିକସ ଅଂଶ ଓ କେନ୍ଦ୍ରୀୟ ସହାୟତାର ପରିମାଣ ଆଧାରରେ ରାଜ୍ରର ରାଜସ୍ୱ ଆକଳନ କରାଯାଇଛି ଓ ଉକ୍ତ ଆଧାରରେ ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତିତ ଯୋଜନା ଓ କେନ୍ଦ୍ରୀୟ ଯୋଜନା ନିମନ୍ତେ ସହାୟତା ଅନୁଦାନ ନିର୍ଦ୍ଧାରଣ କରାଯାଇଛି ।
୨୦୧୯-୨୦ ଆର୍ଥିକ ବର୍ଷରେ ଦରମା ୨୫ ହଜାର ୫ ଶହ କୋଟି ଟଙ୍କା, ପେନସନ୍ ୧୩ ହଜାର ୩ ଶହ କୋଟି ଟଙ୍କା, ସୁଧ ଦେୟ ୬ ହଜାର ୫ ଶହ କୋଟି ଟଙ୍କା ଏବଂ ପୁଂଜି ସମ୍ପତି ପରିଚାଳନା ପାଇଁ ୪ ହଜାର ୮ ଶହ ୮୦ କୋଟି ଟଙ୍କାକୁ ମିଶାଇ ମୋଟ ପ୍ରଶାସନିକ ବ୍ୟୟ ୫୮ ହଜାର ୧ ଶହ ୭୦ କୋଟି ଟଙ୍କା ହେବ ବୋଲି ଆକଳିତ ହୋଇଛି ।
୨୦୧୯-୨୦ ଆର୍ଥିକ ବର୍ଷରେ କାର୍ଯ୍ୟକ୍ରମ ବ୍ୟୟ ୭୦ ହଜାର କୋଟି ଟଙ୍କା ହେବ । ଏଥବରେ ସରକାରୀ କ୍ଷେତ୍ର ଓ ସରକାରୀ ଉଦ୍ୟୋଗ ପାଇଁ ଯଥାକ୍ରମେ ୬୬ ହଜାର କୋଟି ଟଙ୍କା ଓ ୪ ହଜାର କୋଟି ଟଙ୍କା ଅନ୍ତର୍ଭୁକ୍ତ ।