ରାଜ୍ୟର ପ୍ରଥମ ଭିନୋଟ୍ସ୍ ଅସ୍ତ୍ରୋପଚାରରେ ସଫଳତା ହାସଲ କଲେ ଡାକ୍ତର ଜିଏସ୍ଏସ୍ ମହାପାତ୍ର
ଭୁବନେଶ୍ୱର: ଓଡ଼ିଶାର ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ, ଲାପରୋସ୍କୋପି ସର୍ଜନ ଓ ରାଜ୍ୟର ପ୍ରଥମ ଦା’ଭିନ୍ସି ଗାଇନାକ୍ ରୋବୋର୍ଟିକ୍ ସର୍ଜରୀ କରିଥିବା ଡାକ୍ତର ଜିଏସ୍ଏସ୍ ମହାପାତ୍ର ଗତ ୧୩ ତାରିଖ ଦିନ ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ଠାରେ ରାଜ୍ୟର ପ୍ରଥମ ଭିନୋଟ୍ସ୍ (ଭାଜିନାଲ୍ ନାଚୁରାଲ ଅରିଫାଇସ୍ ଟ୍ରାନ୍ସଲୁମିନାଲ ଏଣ୍ଡୋସ୍କୋପିକ୍ ସର୍ଜରୀ) ସର୍ଜରୀ ଜରିଆରେ ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର ସଫଳତା ପୂର୍ବକ ସମ୍ପୂର୍ଣ୍ଣ କରିଛନ୍ତି । ରାଜ୍ୟର ପ୍ରଥମ ଡାକ୍ତର ଭାବେ ସେ ଏହି ସଫଳତା ହାସଲ କରିଛନ୍ତି । ଏହି ଅସ୍ତ୍ରୋପଚାର ପଦ୍ଧତିରେ ଲାପରୋସ୍କୋପି କୌଶଳରେ ଯାବିକ ଉପକରଣକୁ ଜରାୟୁ ବାଟେ ଶରୀରକୁ ପ୍ରବେଶ କରାଯାଏ ଏବଂ ଅସ୍ତ୍ରୋପଚାର କରାଯାଏ । ଯାହା ଫଳରେ ପେଟର ଚର୍ମରେ କୌଣସି କଣା ନକରି ମଧ୍ୟ ଗର୍ଭାଶୟ, ଫାଲୋପିଆନ୍ ଟ୍ୟୁବ୍ ଏବଂ ଗର୍ଭଶୟ ଆଦି ସ୍ଥାନରେ ସଫଳତାପୂର୍ବକ ଅସ୍ତ୍ରୋପଚାର କରାଯାଇପାରେ (କିନ୍ତୁ ଲାପରୋସ୍କୋପିକ୍ ଅସ୍ତ୍ରୋପଚାର ପାଇଁ ପେଟରେ କଣା କରିବା ବାଧ୍ୟତାମୂଳକ ଅଟେ) । ଏହି ଅସ୍ତ୍ରୋପଚାର ପରେ ଶରୀରରେ କୌଣସି ଦାଗ ବା ଚିହ୍ନ ରହେ ନାହିଁ ଏବଂ ରୋଗୀ ଖୁବ୍ ଶୀଘ୍ର ସୁସ୍ଥତା ଲାଭ କରିବା ସହିତ ସାଧାରଣ କାର୍ଯ୍ୟ କରିବାକୁ ସକ୍ଷମ ହୋଇଥାନ୍ତି । ଏହି ପଦ୍ଧତିରେ ଅନେକ ଜଟିଳ ଅସ୍ତ୍ରୋପଚାର ମଧ୍ୟ ସଫଳତା ପୂର୍ବକ କରାଯାଇଛି ।
୧୯୮୦ ଓ ୧୯୯୦ ଦଶକରେ ପ୍ରଥମ ପ୍ରମୁଖ ପରିବ•ର୍ନ ହୋଇଥିଲା ଯେତେବେଳେ ଲାପାରୋସ୍କୋପିକ ସର୍ଜରୀ ପଦ୍ଧତିରେ ସର୍ଜରୀରେ ଆର ମ୍ଭ ହୋଇଥିଲା । ବର୍ତ୍ତମାନ ଭିନୋଟ୍ସ ୍ ପଦ୍ଧତି ଅସ୍ତ୍ରୋପଚାର ମୁଖତଃ ଜରାୟୁ ଓ ଗ୍ୟାସ୍ଷ୍ଟ୍ରୋଏନ୍ଟୋଲୋଜି ଅସ୍ତ୍ରୋପଚାର କ୍ଷେତ୍ରରେ ଆଉ ଏକ ପରିବ•ର୍ନ ଆଣିବାକୁ ଯାଉଛି । ଭିନୋଟ୍ସ ୍ ସର୍ଜରୀ କୌଶଳ ପାରମ୍ପରିକ ଏବଂ ଲାପାରୋସ୍କୋପିକ୍ ସର୍ଜରୀ ପାଇଁ ଏକ ବାସ୍ତବ ବିକଳ୍ପରେ ପରିଣତ ହୋଇଛି । ମୁଖ୍ୟତଃ ସ୍ତ୍ରୀ ରୋଗ ଏବଂ ଗ୍ୟାଷ୍ଟ୍ରୋ -ଏଂଟ୍ରୋଲୋଜି ସର୍ଜରୀ ଏବଂ ଫାଇବ୍ରଏଡ୍, ଗର୍ଭାଶୟରେ ଅସ୍ୱାଭାବିକ ରକ୍ତସ୍ରାବ, ପଲିପ୍ସ, ଓଭାରିନ୍ ସିଷ୍ଟ ଇତ୍ୟାଦି ଅସ୍ତ୍ରୋପଚାର ନିମନ୍ତେ ଲାପାରୋସ୍କୋପି ସର୍ବାଧିକ ଆଦୃତ ଅସ୍ତ୍ରୋପଚାର ପଦ୍ଧତି ଭାବେ ଗ୍ରହଣୀୟ ହୋଇଛି । ଅସ୍ତ୍ରୋପଚାର ପରେ ଶୀଘ୍ର ସୁସ୍ଥତା ଲାଭ, କମ୍ ରକ୍ତସ୍ରାବ, କମ୍ ଯବଣା ଏବଂ ଡାକ୍ତରଖାନାରୁ ଶୀଘ୍ର ଡାସ୍ଚାର୍ଜ ଦୃଷ୍ଟିରୁ ପାରମ୍ପରିକ ଅସ୍ତ୍ରୋପଚାର ତୁଳନାରେ ଲାପରୋସ୍କୋପି ଅତ୍ୟନ୍ତ ଲାଭଦାୟକ ହୋଇଥିଲେ ମଧ୍ୟ ଏହା ଶରୀରରେ ୩ ରୁ ୪ ଟି ଦାଗ ସୃଷ୍ଟି କରେ । କିନ୍ତୁ ଭିନୋଟ୍ସ ୍ କ୍ଷେତ୍ରରେ ପେଟରେ କୌଣସି ଦାଗ ରହେ ନାହିଁ, ଲାପାରୋସ୍କୋପି ଅପେକ୍ଷା କମ୍ ସମୟରେ ଏହି ଅସ୍ତ୍ରୋପଚାର କରିହେବ, ହସ୍ପିଟାଲରେ କମ୍ ଦିନ ରହିବାକୁ ହେବ, ଅସ୍ତ୍ରୋପଚାର ହେବାର ୧୨ ଘଂଟାରୁ କମ୍ ସମୟ ମଧ୍ୟରେ ଡିସଚାର୍ଜ, କମ୍ ଜଟିଳତା, ଯବଣା ଉପଶମ ନିମନ୍ତେ ପେନ୍ କିଲର ଔଷଧର ବ୍ୟବହାର ହ୍ରାସ ହେବା ସହିତ ଏହା ଉଭୟ ଲାପାରୋସ୍କୋପି ଏବଂ ଜରାୟୁ ମୁଖ ବାଟେ ହେଉଥିବା ଖୋଲା ସର୍ଜରୀ ତୁଳନାରେ ଅଧିକ ସୁବିଧାଜନକ ହୋଇଥିବାରୁ ଏହାର ଗ୍ରହଣୀୟତା ମଧ୍ୟ ଅଧିକ ହେବାକୁ ଯାଉଛି । ପାରମ୍ପରିକ ଜରାୟୁ ଅସ୍ତ୍ରୋପଚାର ଅପେକ୍ଷା ଏହା ଉନ୍ନତ, କାରଣ ଯାବିକ ଉପକରଣ ବ୍ୟବହାର କରି ଏହା ସଂକୀର୍ଣ୍ଣ ଜରାୟୁ ଦ୍ୱାର ବାଟେ ମଧ୍ୟ ଏହି ଅସ୍ତ୍ରୋପଚାର କରାଯାଇପାରିବ । ଏହି ପଦ୍ଧତିରେ ଅଧିକ ମ୍ୟାଗ୍ନିଫଇକେସନ୍ ଯୋଗୁଁ ଜଟିଳ ଅସ୍ତ୍ରୋପଚାର କରିବା ମଧ୍ୟ ସହଜ ହୋଇଥାଏ । ମୋଟାମୋଟି କହିବାକୁ ଗଲେ ଏହି ପଦ୍ଧତିରେ ହେଉଥିବା ଅସ୍ତ୍ରୋପଚାର ଉଭୟ ପାରମ୍ପରିକ ଓ ଲାପରୋସ୍କୋପିକ ଅସ୍ତ୍ରୋପଚାର ତୁଳନାରେ ଉନ୍ନତ ହେବା ସହିତ ଉଭୟ ଅସ୍ତ୍ରୋପଚାର ପରେ ହେଉଥିବା
ଜଟିଳତା ଏବଂ ଶାରୀରିକ କଷ୍ଟକୁ ହ୍ରାସ କରେ ଏବଂ ଲାପରୋସ୍କୋପି ଭଳି ସମାନ ପରିମାଣ ଅର୍ଥ ବ୍ୟୟରେ ଏହି ଅସ୍ତ୍ରୋପଚାର କରାଯାଇପାରେ । ତେଣୁ ଏହା ରୋଗୀମାନଙ୍କ ପାଇଁ ସବୁ ଦୃଷ୍ଟିରୁ ଲାଭଦାୟକ ଅଟେ । ଏହି ପଦ୍ଧତିରେ ମିଳୁଥିବା ସୁବିଧା ଗୁଡିକ ସମ୍ପର୍କରେ ସଚେତନ ହେଲେ ଆଗାମୀ ଦିନରେ ମହିଳାମାନେ ନିୟମିତ ଭାବରେ ଏହି ଅସ୍ତ୍ରୋପଚାରକୁ ଭଲ ଭାବରେ ଗ୍ରହଣ କରିବେ ବୋଲି ଡାକ୍ତର ମହାପାତ୍ର ପ୍ରକାଶ କରିଛନ୍ତି । ଦୀର୍ଘ ୨୦ ବର୍ଷ ଧରି ଏହି କ୍ଷେତ୍ରରେ କାର୍ଯ୍ୟ କରିଥିବା ଏବଂ ୧୫ ହଜାରରୁ ଉଦ୍ଧ୍ୱର୍ ଲାପରୋସ୍କୋପିକ ଅସ୍ତ୍ରୋପଚାର କରିଥିବା ଜଣେ ଅତ୍ୟନ୍ତ ଉଚ୍ଚକୋଟୀର ସୁନାମଧନ୍ୟ ଡାକ୍ତର ମହାପାତ୍ର ଓଡ଼ିଶାରେ ଚଳିତ ବର୍ଷ ଜୁନ୍ ମାସରେ ଦା ଭିନ୍ସି ପ୍ଲାଟଫର୍ମରେ ରାଜ୍ୟର ପ୍ରଥମ ରୋବୋର୍ଟିକ ସର୍ଜରୀ କରିଥିଲେ । ଚିକତ୍ସା କ୍ଷେତ୍ରରେ ଆଧୁନିକ ଶୈଳୀ ଏବଂ ଅତ୍ୟାଧୁନିକ ଯାବିକ ଉପକରଣ ବ୍ୟବହାର କରି ସ୍ୱାସ୍ଥ୍ୟ ସେବାର ସର୍ବାଧିକ ଲାଭ ଓଡ଼ିଶା ଲୋକଙ୍କ ନିକଟରେ ପହଚାଂଇବା ପାଇଁ ଡାକ୍ତର ମହାପାତ୍ର ସର୍ବଦା ଗୁରୁତ୍ୱଦେଇ ଆସିଛନ୍ତି । ସେ କହିଛନ୍ତି ଯେ, ଏହି ଅସ୍ତ୍ରୋପଚାର ସେହି ଦିଗରେ ଏକ ପଦକ୍ଷେପ ଏବଂ ଭବିଷ୍ୟତରେ ତାଙ୍କ ରାଜ୍ୟ ତଥା ଦେଶର ରୋଗୀଙ୍କ ପାଇଁ ନୂତନ ଗ୍ୟାଜେଟ୍ ଏବଂ ଏହିପରି ଉନ୍ନତ ଜ୍ଞାନକୌଶଳ ଆଣିବାକୁ ପ୍ରସ୍ତୁତ । ତାଙ୍କୁ ଟାଇମସ୍ ହେଲଥ୍ ଆଇକନ୍ ଆୱାର୍ଡ ଏବଂ ଇକୋନୋମିକ୍ ଟାଇମ୍ସ୍ ଇନ୍ସପିରିଙ୍ଗ୍ ଲିଡର୍ସ, ଇଷ୍ଟ ୨୦୨୨ ରେ ପୁରସ୍କୃତ କରାଯାଇଥିଲା । ଆଗାମୀ ବର୍ଷରେ ଡାକ୍ତର ମହାପାତ୍ର ଏଣ୍ଡୋମେଟ୍ରୋସିସ୍ର ଚିକିତ୍ସା ନିମନ୍ତେ ଏକ ଉତ୍କର୍ଷର କେନ୍ଦ୍ର ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେ ତାଙ୍କର ରୋଗୀମାନଙ୍କୁ ଯବଣାରୁ ମୁକ୍ତି ଦେବାକୁ ଏବଂ ତାଙ୍କର ଅସ୍ତ୍ରୋପଚାର ମାଧ୍ୟମରେ ସେମାନଙ୍କର ପ୍ରଜନନ କ୍ଷମତା ସୁରକ୍ଷିତ ରଖିବାକ ଚାହୁଁଛନ୍ତି । ସ୍ତ୍ରୀ ରୋଗ କ୍ଷେତ୍ରରେ କାର୍ଯ୍ୟ କରିବା ପଛରେ ତାଙ୍କର ଚିନ୍ତାଧାରା ହେଉଛି ପ୍ରତ୍ୟେକ ମହିଳାମାନଙ୍କୁ ଏକ ସୁସ୍ଥ ଜୀବନଯାପନ କରିବାରେ ସାହାଯ୍ୟ କରିବା । ସେ ଏକ ସ୍ଲୋଗାନକୁ ଦୃଢ଼ ଭାବରେ ବିଶ୍ୱାସ କରନ୍ତି: ‘ସମସ୍ତଙ୍କୁ ହଁ କୁହନ୍ତୁ, ନା କାହାକୁ ନୁହେଁ’ ।