ମୋ ସ୍କୁଲ ଯୋଜନାରେ ୧୦୭୭୩ ବିଦ୍ୟାଳୟ ସାମିଲ

Mar 7, 2019 - 08:04
 230
ମୋ ସ୍କୁଲ ଯୋଜନାରେ ୧୦୭୭୩ ବିଦ୍ୟାଳୟ ସାମିଲ
ଭୁବନେଶ୍ୱର, ୦୬/୩(ସକାଳଖବର): ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀ-ସମ୍ପୃକ୍ତ ଶିକ୍ଷା କାର୍ଯ୍ୟକ୍ରମ ମୋ ସ୍କୁଲ ପ୍ରକଳ୍ପ ଅଧିନରେ ସମୁଦାୟ ୩୦ଟି ଜିଲ୍ଲାରେ ୧୦୭୭୩ଟି ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ସ୍ଥିର କରାଯାଇଛି । ଏହି ସବୁ ଜିଲ୍ଲାରେ ମୋ ସ୍କୁଲ ଯୋଜନାରେ ସମୁଦାୟ ୮୮ କୋଟି ୪୦ ଲକ୍ଷରୁ ଉଦ୍ଧ୍ୱର୍ ଅର୍ଥ ବ୍ୟୟ କରାଯିବ । ଏଥିରୁ ରାଜ୍ୟ ସରକାର ୫୮ କୋଟି ୯୩ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଅନୁଦାନ ଦେଇଥିବା ବେଳେ ଜନସାଧାରଣଙ୍କ ଠାରୁ ଅବଶିଷଟ ଟଙ୍କା ସଂଗୃହୀତ ହୋଇଛି । ସୂଚନାଯୋଗ୍ୟ, ଜୁଲାଇ ୨୦୧୮ରୁ ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ୱତନ୍ତ୍ର ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୋ ସ୍କୁଲ ଅଭିଯାନର ନବମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକର ନିଷ୍ପତି ଅନୁଯାୟୀ ୨୦ଟି ଜିଲ୍ଲାର ୧୨୧୪ ସ୍କୁଲରେ ୧୦ କୋଟି ୪୭ ଲକ୍ଷରୁ ଉଦ୍ଧ୍ୱର୍ ଅର୍ଥ ବ୍ୟୟ କରାଯିବ । ଏଥିରୁ ରାଜ୍ୟ ସରକାର ୬ କୋଟି ୯୮ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କ ଅନୁଦାନ ନେଇଥିବା ବେଳେ ଜନସାଧାରଣଙ୍କ ଠାରୁ ୩ କୋଟି ୪୯ ଲକ୍ଷ ଟଙ୍କା ସଂଗୃହୀତ ହୋଇଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୫୮ ଟି ସ୍କୁଲରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପ୍ରସ୍ତାବ ମିଳିଛି । ଆଗାମୀ ଦିନରେ ଏହି ଯୋଜନାର ଏକ ବର୍ଷ ପୂର୍ତି ଉପଲକ୍ଷେ ମୋ ସ୍କୁଲ-ମୋ କଥା କାର୍ଯ୍ୟକ୍ରମ ସଂକ୍ରାନ୍ତ ତଥ୍ୟ ସମ୍ବଳିତ ନଥି ପ୍ରସ୍ତୁତ କରାଯିବ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିଦେ୍ର୍ଧଶକ ଓ ମୋ ସ୍କୁଲ ଅଭିଯାନ ପ୍ରକଳ୍ପ ମୁଖ୍ୟ କାର୍ଯ୍ୟନିର୍ବାହୀ ଭୂପେନ୍ଦ୍ର ସିଂ ପୁନିଆ ପ୍ରକାଶ କରିଛନ୍ତି । ବୈଠକନରେ ପ୍ରାଥମିକ ଶିକ୍ଷା, ଏସସିଇଆରଟି, ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶକ, ମୋ ସ୍କୁଲ ଯୋଜନାର ସ୍ୱତନ୍ତ୍ର ଅଧିକାରୀ, ମୁଖ୍ୟ ପରିଚାଳନା ଅଧିକାରୀ, ରାସ୍ତା ଓ କୋଠାବାଡ଼ି ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ ।