ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ଗଠନ ହେବ ୧୩ ନୂଆ ଜିଲ୍ଲା

Apr 4, 2022 - 14:27
 52
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ଗଠନ ହେବ ୧୩ ନୂଆ ଜିଲ୍ଲା
ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏକ ବଡ଼ ଘୋଷଣା କରିଛନ୍ତି । ଆନ୍ଧ୍ରପ୍ରଦେଶରେ ଆଉ ୧୩ ନୂଆ ଜିଲ୍ଲା ଗଠନ ହେବବୋଲି ସେ ଘୋଷଣା କରିଛନ୍ତି । ଯାହାଫଳରେ ଆନ୍ଧ୍ରପ୍ରଦେଶର ବିକାଶ ହେବା ସହ ଲୋକମାନେ ସହଜରେ ସେବା ପାଇବେ ବୋଲି ଆଶା କରାଯାଉଛି । ଆନ୍ଧ୍ରପ୍ରଦେଶରେ ଏବେ ୧୩ଟି ଜିଲ୍ଲା ଥିବାବେଳେ ଆଉ ୧୩ଟି ଜିଲ୍ଲା ଗଠନ କରାଯିବ । ଫଳରେ ରାଜ୍ୟରେ ଜିଲ୍ଲା ସଂଖ୍ୟା ୨୬କୁ ବୃଦ୍ଧିପାଇବ । ସୋମବାର ଠାରୁ ଆନ୍ଧ୍ରପ୍ରଦେଶର ନକ୍ସାରେ ଏହି ନୂଆ ୧୩ ଜିଲ୍ଲା ସ୍ଥାନ ପାଇବ । ବିଜୟନଗରମ, ବିଶାଖାପାଟନମ, ପଶ୍ଚିମ ଗୋଦାବରୀ, ପୂର୍ବ ଗୋଦାବରୀ, ଗୁଣ୍ଟୁର, କୁର୍ଣ୍ଣୁଲ, ଅନନ୍ତପୁର, ଚିତ୍ତୋର, କଡ଼ପା ଓ କ୍ରୀଷ୍ଣା ଜିଲ୍ଲାର ବିଭାଜନ ହୋଇ ଏହି ନୂତନ ଜିଲ୍ଲା ଗଠନ କରାଯିବ । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏହି ଜିଲ୍ଲାର ଉଦଘାଟନ କରିବେ । ନବଗଠିତ ଜିଲ୍ଲାଗୁଡ଼ିକରେ ଏସପି, ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କ ନିଯୁକ୍ତି ନେଇ ପଦକ୍ଷେପ ନିଆଯାଉଛି । ବିଶାଖାପାଟ୍ଟନମଙ୍କୁ ୩ ଭାଗ କରି ଅନକପଲ୍ଲୀ ଓ ଅଲ୍ଲୁରୀ ସୀତାରାମ ନାମକ ଦୁଇଟି ଜିଲ୍ଲା ଗଠନ କରାଯିବ । ସେହିପରି ପଶ୍ଚିମ ଗୋଦାବରୀ ଜିଲ୍ଲା ୨ ଭାଗ ହୋଇ କକିନାଡ଼ ଓ କୋନସୀମା କରାଯିବ । ଏହାଛଡ଼ା ଗୁଣ୍ଟୁର ଜିଲ୍ଲାରୁ ପାଲନାଡ଼ୁ ଓ ବାପତ୍ଲା ନାମକ ୨ ଜିଲ୍ଲା ଗଠନ ହେବବୋଲି ଜାଣିବାକୁ ମିଳିଛି ।