ମାତ୍ର ୧୫ ବର୍ଷ ବୟସରେ ‘ୟେ ‌ହୈ ମହବତେ’ ଫେମ୍‌ ରୁହାନିକା କିଣିଲେ ତାଙ୍କ ସ୍ବପ୍ନର ଘର

Jan 2, 2023 - 05:09
 42
ଆପଣ ଯଦି ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ହେଉଥିବା ‘ୟେ ‌ହୈ ମହବତେ’ ଧାରାବାହିକ ଦେଖିଥିବେ ତ ରୁହି ଚରିତ୍ରକୁ କେବେ ବି ଭୁଲିପାରିବେ ନାହିଁ। ଜଣେ ଶିଶୁ କଳାକାର ଭାବେ ସେ ଯେ ବେଶ୍‌ ସଫଳ ତାହା ଆପଣ ଅସ୍ବୀକାର କରିପାରିବେ ନାହିଁ। ତାଙ୍କୁ ଏବେ ମାତ୍ର ୧୫ ବର୍ଷ ବୟସ। ଏତେ କମ୍‌ ବୟସରେ ସେ କୋଟି କୋଟି ଟଙ୍କାର ଏକ ଘର କିଣି ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏହି ଶିଶୁ କଳାକାରଙ୍କ ବାସ୍ତବ ନାଁ ହେଉଛି ରୁହାନିକା। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ନିକଟ‌ରେ କିଣିଥିବା ନିଜର ବିଳାସମୟ ଘରର ଅନେକ ଫଟୋ ‌ସେୟାର୍‌ କରିଛନ୍ତି। ଫଟୋରେ ଆପଣ ରୁହାନିକାଙ୍କ ସ୍ବପ୍ନର ଘରକୁ ଦେଖି ପାରୁ୍‌ଥିବେ। ରୁହାନିକାଙ୍କ ଏହି ସଫଳତାରେ ତାଙ୍କ ପ୍ରଶଂସକ ଓ କୋ-ଷ୍ଟାର୍‌ମାନେ ବେଶ୍‌ ଖୁସି ଜାହିର କରିଛନ୍ତି। ରୁହାନିକା ଜୀବନରେ ଅଜସ୍ର ସଫଳତା ପାଆନ୍ତୁ ବୋଲି ସମସ୍ତେ ତାଙ୍କୁ ଶୁଭେଚ୍ଛା ଦେଉଛନ୍ତି।ରୁହାନିକା ତାଙ୍କ ଇନ୍‌ଷ୍ଟା ପୋଷ୍ଟ୍‌କୁ ନିଜ ବନ୍ଧୁଙ୍କ ସହ ସେୟାର କରି ଲେଖିଛନ୍ତି କି ନିଜର ସ୍ବପ୍ନ ପୂରଣ କରି ମୁଁ ଖୁବ୍ ଖୁସି ଅଛି। ସେ ଆହୁରି ବି କହିଛନ୍ତି ଯେ ଉକ୍ତ ଘରକୁ କିଣିବା ତାଙ୍କ ପାଇଁ ବହୁତ ବଡ଼ କଥା। ତା ସତ୍ତ୍ବେ ବି ସେ ନିଜର ସ୍ବପ୍ନ ପୂରଣ କରି ପାରିଥିବାରୁ ବେଶ୍‌ ଖୁସି ଅଛନ୍ତି। ସେ କହିଛନ୍ତି ଯେ ତା‌ଙ୍କ ମାଆ ତାଙ୍କର ରୋଜଗାରକୁ ସଞ୍ଚୟ କରି ତାହାକୁ ଦ୍ବିଗୁଣ କରିଥିବାରୁ ସେ ଏତେ ବଡ଼ ସଫଳତା ହାସଲ କରି ପାରିଛନ୍ତି।