ମହାନଦୀରେ ବର୍ଷର ପ୍ରଥମ ବନ୍ୟାଜଳ

Jul 23, 2018 - 15:04
 180
ମହାନଦୀରେ ବର୍ଷର ପ୍ରଥମ ବନ୍ୟାଜଳ
ଭୁବନେଶ୍ୱର, ୨୨/୭ (ସକାଳଖବର): ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ମହନଦୀରେ ପ୍ରବାହିତ ହେଉଛି । ଏହି ଜଳ ମୁଖ୍ୟତଃ ମହାନଦୀର ତଳଭୁଣ୍ଡରେ ହୋଇଥିବା ବର୍ଷା ଯୋଗୁଁ ସୃଷ୍ଟି । ତେଲ ଓ ହାତୀ ନଦୀର ଜଳ ସାଙ୍ଗକୁ ଅନ୍ୟାନ୍ୟ ଅଞ୍ଚଳରେ ହୋଇଥିବା ଲଘୁଚାପଜନିତ ବର୍ଷା ଯୋଗୁଁ ମହାନଦୀର ମୁଣ୍ଡଳୀଠାରେ ଅନ୍ୟୂନ ୭ ଲକ୍ଷ ଘନଫୁଟ ବନ୍ୟାଜଳ ଆଜି ସଂଧ୍ୟାସୁଦ୍ଧା ପ୍ରବାହିତ ହେଉଛି । ଆସନ୍ତାକାଲି ସୁଦ୍ଧା ଏହି ବନ୍ୟାଜଳ ମହାନଦୀର ତ୍ରିକୋଣଭୂମି ଅଞ୍ଚଳରେ ଥିବା ବିଭିନ୍ନ ଶାଖା ନଦୀରେ ପ୍ରବାହିତ ହେବ । ତେବେ ହୀରାକୁଦରୁ ଏବର୍ଷର ପ୍ରଥମ ବନ୍ୟାଜଳ ଆସନ୍ତାକଲି ନିଷ୍କାସନ କରାଯିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ । ହୀରାକୁଦରୁ ଅନୂ୍ୟନ ଅଢେ଼ଇ ଲକ୍ଷ ଘନଫୁଟ ଜଳ ନିଷ୍କାସନ ହେବ ।