ଝାଡ଼ାବାନ୍ତି: ୧୫୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

Dec 12, 2022 - 05:32
 37
ଝାଡ଼ାବାନ୍ତି: ୧୫୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ୧୪ନଂ ଓ୍ବାର୍ଡ ପୁରୁଣାରେ କୁଳା ଗାଁରେ ଦେଖାଦେଇଛି ଝାଡ଼ାବାନ୍ତି ଆତଙ୍କ । ୧୦ ରୁ ଅଧିକ ଏବେ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବାବେଳେ,୧୫୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ଘରେ ଅଛନ୍ତି । ବେଗାଁକୁରାମିଆଳ ନଦୀରୁ ପାଇପ ଯୋଗେ ଆସୁଥିବା ଦୂଷିତ ପାନୀୟ ଜଳ ଯୋଗାଣ କାରଣରୁ ଝାଡାବାନ୍ତି ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ଡାକ୍ତର ମଧ୍ୟ ଦୂଷିତ ପାନୀୟ ଜଳ ଓ ଖାଦ୍ୟ କାରଣରୁ ଏହି ଆକ୍ରାନ୍ତ ବ୍ୟାପିଥିବା କହିଛନ୍ତି । ତରଳ ଝାଡା ହେବା ସହ ପେଟକାଟି ବାନ୍ତି ମଧ୍ୟ ହେଉଛି । ଗ୍ରାମବାସୀ ଏକ ପ୍ରକାର ଭୟ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେଆଗାଁକୁ ତୁରନ୍ତ ଡାକ୍ତରୀ ଟିମ ପହଞ୍ଚି ସମସ୍ତଙ୍କ ସ୍ୱାସ୍ଥ୍ୟ ଚିକିତ୍ସା କରିବା ସହ ଝାଡାବାନ୍ତି ବ୍ୟାପିବାର ପ୍ରକୃତ କାରଣ କଣ ଓଏହାର ପ୍ରତିକାର କରିବା ପାଇଁ ଦାବିହେଉଛି ।