‘ଭାରତ ଯୋଡ଼ୋ ଯାତ୍ରା’ରେ ରାହୁଲ୍‌ଙ୍କ ସହିତ ଯୋଗ ଦେଲେ ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ଣ୍ଣର୍‌ ରଘୁରାମ ରାଜନ

Dec 14, 2022 - 05:56
 39
‘ଭାରତ ଯୋଡ଼ୋ ଯାତ୍ରା’ରେ ରାହୁଲ୍‌ଙ୍କ ସହିତ ଯୋଗ ଦେଲେ ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ଣ୍ଣର୍‌ ରଘୁରାମ ରାଜନ
ଜୟପୁର: ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ଣ୍ଣର୍‌ ରଘୁରାମ ରାଜନ ରାଜସ୍ଥାନରେ ରାହୁଲ୍‌ ଗାନ୍ଧୀଙ୍କ ସହିତ ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେଇଛନ୍ତି। ସଂଗୃହୀତ ସୂଚନା ଅନୁସାରେ, ଆଜି ରାଜସ୍ଥାନର ସୱାଇ ମାଧୋପୁର ଅନ୍ତର୍ଗତ ଭଦୋଟୀରୁ ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ ହେବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର ସ୍ବଳ୍ପସମୟ ପାଇଁ ଏଥିରେ ଯୋଗ ଦେଇଥିଲେ। ଟୁଇଟ୍‌ କରି କଂଗ୍ରେସ ଲେଖିଛି: ‘ଭାରତ ଯୋଡ଼ୋ ଯାତ୍ରା’ରେ ରାହୁଲ୍‌ ଗାନ୍ଧୀଙ୍କ ସହିତ ପାଦ ମିଶାଇଲେ ‘ଭାରତୀୟ ରିଜର୍ଭ ବ୍ୟାଙ୍କ୍‌’ର ପୂର୍ବତନ ଗଭର୍ଣ୍ଣର୍‌ ରଘୁରାମ ରାଜନ। ଘୃଣା ବିରୋଧରେ ଦେଶ ସଂଯୋଗ କରିବା ଲାଗି ‌ସହଯୋଗକାରୀଙ୍କ ସଂଖ୍ୟା ବୃଦ୍ଧି ଦର୍ଶାଉଛି କି, ଆମେ ସଫଳ ହେବୁ।