ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ

Dec 28, 2020 - 08:12
 75
ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ
ଭୁବନେଶ୍ୱର ୨୮/୧୨(ସକାଳଖବର): ଆଜି କଂଗ୍ରେସର ୧୩୬ ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟରେ ବିଭିନ୍ନ ତଦନ୍ତରେ ଶୀଥିଳତା ଓ ରାଜ୍ୟ ସରକାରଙ୍କ ହେୟ ଜ୍ଞାନ ତାକୁ ନେଇ ସିବିଆଇ ଅଫିସ ଘେରାଉ କରିଥିଲା କଂଗ୍ରେସ ଦଳ । ଏହି ରାଲିରେ ସାମିଲ ଏକ ଖାେଲା ଜିପ୍‌ରେ ସିବିଆଇ ଅଫିସ୍ ନିକଟରେ ଭାଷଣ ଦେବା ବେଳେ ଶ୍ରୀ ମିଶ୍ର ଅସୁସ୍ଥ ହୋଇପଡ଼ିଥିଲେ ସେ ଛାତିକୁ ଧରି ତଳେ ବସିଯାଇଥିଲେ। ଏହାପରେ ତାଙ୍କୁ ତତକ୍ଷଣାତ୍ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ତେବେ ନରସିଂହ ମିଶ୍ର ଠିକ୍ ଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବଲାଙ୍ଗୀରରୁ ଆଜି ସକାଳେ ଭୁବନେଶ୍ବରକୁ ଫେରିଥିଲେ। ଦୀର୍ଘ ସମୟର ଯାତ୍ରା ହେତୁ ନରସିଂହ ମିଶ୍ର କ୍ଳାନ୍ତ ହୋଇପଡ଼ିଥିଲେ।ତେବେ ବର୍ତ୍ତମାନର ସୂଚନାନୁସାରେ, ମେଡିକାଲରେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।