ଏମ୍‌. କେ. ଷ୍ଟାଲିନ୍‌ଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ଭାବେ ଯୋଗଦେଲେ ପୁଅ ଉଦୟନିଧି

Dec 14, 2022 - 05:58
 37
ଏମ୍‌. କେ. ଷ୍ଟାଲିନ୍‌ଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ଭାବେ ଯୋଗଦେଲେ ପୁଅ ଉଦୟନିଧି
ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ଙ୍କ ଜ୍ୟେଷ୍ଠପୁତ୍ର ଉଦୟନିଧି ଆଜି ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ‘ଡିଏମ୍‌କେ’ ଯୁବ ଶାଖାର ସଚିବ ଉଦୟନିଧିଙ୍କୁ ରାଜଭବନରେ ଶପଥପାଠ କରାଇଛନ୍ତି ତାମିଲନାଡୁର ରାଜ୍ୟପାଳ ଆର୍‌. ଏନ୍‌. ରବି। ବିଶେଷସୂତ୍ରରୁ ପ୍ରକାଶ, ‘ଡିଏମ୍‌କେ’ର ‘ଉଦୟ ପୁତ୍ର’ ବୋଲି କୁହାଯାଉଥିବା ଉଦୟନିଧିଙ୍କୁ ରାଜ୍ୟର କ୍ରୀଡ଼ାମନ୍ତ୍ରୀ ଦାୟିତ୍ବ ଦିଆଯିବ। ତାଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ କରାଯିବ ବୋଲି ଗତ କେତେ ମାସ ହେବ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କିନ୍ତୁ, ଏହା ପୂର୍ବରୁ ସେ (ଉଦୟନିଧି) ଦେଇଥିବା କେତେକ ପ୍ରତିଶ୍ରୁତି ପୂରଣ ପାଇଁ ‘ଡିଏମ୍‌କେ’ ମୁଖ୍ୟ ଅପେକ୍ଷା କରିଥିଲେ। ଉଦୟନିଧିଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିବା କଥାକୁ ବିରୋଧି ‘ଏଆଇଏଡିଏମ୍‌କେ’ ‘ପରିବାର ରାଜନୀତି’ ବୋଲି ବିହିତ କରିଛି।