ଭାରତ ଉର୍ଜା ନ୍ୟାୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି - ପ୍ରଧାନ
ଆବୁଧାବୀ, ୧୦/୯: ଭାରତରେ ଉର୍ଜା ନ୍ୟାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବୋଚ୍ଚ ପ୍ରଧାନ୍ୟ ଦେଉଛନ୍ତି ବୋଲି ସୋମବାର ଆବୁଧାବୀରେ ଅନ୍ତର୍ଜାତୀୟ ଶକ୍ତି ଫୋରମର ୮ତମ ଏସୀୟ ଶକ୍ତି ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ବୈଠକରେ ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ ଏସିଆ ତଥା ବିଶ୍ୱର ବିକାଶ ପାଇଁ ଉର୍ଜା ସୁରକ୍ଷା ଏବଂ
ଟିକ୍ନୋଲୋଜିର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ଏହି ଅବସରରେ ୟୁଏଇ ଓ ଭିଏତନାମର ମନ୍ତ୍ରୀଗଣ, ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ପ୍ରମୁଖ ଅଧିକାରୀ, ଓପେକ୍ର ସାଧାରଣ ସଚିବ ଏବଂ ବିଭିନ୍ନ ବ୍ୟକ୍ତିବିଶେଷ ମାନଙ୍କୁ ଭେଟି ଭାରତ ଓ ୟୁଏଇ ସହ ଆର୍ଥିକ ଏବଂ ଅନ୍ୟାନ୍ୟ ସହଯୋଗ ଉପରେ ଫଳପ୍ରଦ ଆଲୋଚନା କରଥିଲେ ।
ଆଗାମୀ ଦୁଇ ଦଶନ୍ଧିରେ ବିଶ୍ୱ ଆର୍ଥିକ ବିକାଶର କେନ୍ଦ୍ର ଏସିଆ ହେବ ତଥା ଭାରତ ଓ ଚୀନ ଏହାର ୮୦ ଭାଗ ଅଂଶୀଦାର ହେବ । ବିଶ୍ୱର ଶକ୍ତି ଚାହିଦା ବଢିବା ସହ ଅକ୍ଷୟ ଶକ୍ତିର ବ୍ୟବହାରରେ ଦ୍ରୁତ ପ୍ରଗତି ଘଟିବ । ୨୦୪୦ ମସିହା ସୁଦ୍ଧା ଅକ୍ଷୟ ଶକ୍ତି ଯୋଗାଣ ଦୁଇ ତୃତୀୟାଂଶ ବୃଦ୍ଧି ପାଇବ ଏବଂ ଏହା କୋଇଲାକୁ ଆଗେଇ ଯାଇ ଭବିଷ୍ୟତରେ ଉର୍ଜା ମିଶ୍ରଣର ୩୦ ପ୍ରତିଶତରେ ପହଁଚିବ ।
ଦୁର୍ବଳ ଏବଂ ଅସନ୍ତୁଳିତ ଉର୍ଜା କାରଣରୁ ଏସୀଆରେ ୪୦୦ ମିଲିୟନରୁ ଉଦ୍ଧ୍ୱର୍ ଲୋକ ବିଜୁଳି ପାଇବାରୁ ବଂଚିତ ଅଛନ୍ତି । ଏଥିପାଇଁ ସୁରକ୍ଷିତ, ଶସ୍ତା ଏବଂ ସୁଲଭ ଉର୍ଜା ପ୍ରଦାନ କରିବା ସବୁ ଦେଶର ସରକାରଙ୍କ ପାଇଁ ପ୍ରାଥମିକତା ରହିଛି । ଭାରତର ଉର୍ଜା ଦୃଷ୍ଟିକୋଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୪ଟି ସ୍ତମ୍ଭ ଯଥା ଉର୍ଜା ଉପଲବ୍ଧ, ଉର୍ଜା ସୁରକ୍ଷା, ଉର୍ଜା ଦକ୍ଷତା ଏବଂ ଉର୍ଜା ସ୍ଥିରତା ଉପରେ ଆଧାରିତ । ବିଗତ ୫ ବର୍ଷରେ ଭାରତ ଉର୍ଜା ନ୍ୟାୟ ଏବଂ ଉର୍ଜାକୁ ସମସ୍ତଙ୍କ ପାଖରେ ପହଁଚାଇବା ଉପରେ ଅତ୍ୟଧିକ ଯୋର ଦେଇଛି ।
ବିଗତ ୫ ବର୍ଷରେ ଭାରତ ଦେଶର ୧.୩ ବିଲିୟନର ଉଦ୍ଧ୍ୱର୍ ଲୋକଙ୍କ ପାଇଁ ଉର୍ଜା ନ୍ୟାୟ ଅନୁଭବ କରିବା
ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରିଛି । ଉର୍ଜା ସୁରକ୍ଷା ଏବଂ ଉର୍ଜା ନ୍ୟାୟ ପ୍ରାପ୍ତ କରିବା ପାଇଁ ସମସ୍ତେ
ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ । ଆଜିର ଗୋଲଟେବୁଲ ବୈଠକ ଉର୍ଜା ସୁରକ୍ଷାକୁ ମଜବୁତ୍ କରିବାର ନୂଆ ରାସ୍ତା ଦେଖାଇବ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଥିଲେ ।
ଏହି ଅବସରରେ ୟୁଏଇର ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଏଚ.ଇ ସୁଏଲ ମହମ୍ମଦ ଅଲ୍ ମଜ୍ରୌଇଙ୍କ ସହ ଆଲୋଚନା
କରିଛନ୍ତି ଶ୍ରୀ ପ୍ରଧାନ । ଭାରତ-ୟୁଏଇ ମଧ୍ୟରେ ବ୍ୟାପକ ଋଣନୈତିକ ସହଯୋଗକୁ ଦୃଢ କରିବା ପାଇଁ ଉଭୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ବିଶେଷ ଭାବରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ହାଇଡ୍ରୋକାର୍ବନ
କ୍ଷେତ୍ରର କାର୍ଯ୍ୟକୁ ଆହୁରି ମଜବୁତ କରିବା ଦିଗରେ ରାସ୍ତା ବାହାର କରିବା ପାଇଁ ଆଲୋଚନା କରାଯାଇଛି ।