ବିଜେଡିରେ ଯୋଗ ଦେଲେ ନବ ଦାସ

Jan 26, 2019 - 14:17
 147
ବିଜେଡିରେ ଯୋଗ ଦେଲେ ନବ ଦାସ
ଭୁବନେଶ୍ୱର, ୨୪/୧(ସକାଳଖବର): କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ବିଧାୟକ ନବ କିଶୋର ଦାସ ଗୁରୁବାର ବିଜେଡିରେ ଯୋଗ ଦେଇଛନ୍ତି । ଝାରସୁଗୁଡାରେ ବିଜେଡି ପକ୍ଷରୁ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କ ସହିତ ୮ ଜଣ ଜିଲ୍ଲା ପରିଷଦ ସଭ୍ୟ , ୫ ଟି ବ୍ଲକ୍ ର ଅଧ୍ୟକ୍ଷା ଅଧ୍ୟକ୍ଷାଙ୍କ ସମତେ ଶତାଧିକ କର୍ମୀ ମଧ୍ୟ ବିଜେଡି ରେ ଯୋଗ ଦେଇଇଛନ୍ତି । ଅପରପକ୍ଷରେ ବିଜେଡିରେ ଯୋଗଦେବା ପରେ ଝାରସୁଗୁଡ଼ା ବିଧାୟକ ପଦରୁ ଇସ୍ତଫା ଦେବେ ନବ ଦାସ । ଏଥିପାଇଁ ସେ ବାଚସ୍ପତିଙ୍କୁ ଚିଠି ଲେଖି ସମୟ ମାଗିଛନ୍ତି । ବାଚସ୍ପତିଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଇସ୍ତଫା ଦେବେ ବୋଲି ସେ ଚିଠିରେ ଲେଖିଛନ୍ତି । ତେବେ ବାଚସ୍ପତି ଶ୍ରୀ ପ୍ରଦୀପ ଅମାତ ନିଜ ନିର୍ବାଚନ ମଣ୍ଡଳକୁ ଯାଇଛନ୍ତି । ୨୭ ତାରିଖରେ ଫେରିବା ପରେ ଶ୍ରୀ ଦାସ ବାଚସ୍ପତିଙ୍କୁ ଭେଟିପାରିବେ । ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ ନବ ଦାସଙ୍କୁ ସ୍ୱାଗତ କରିିଥିଲେ । ସେ ଜଣେଭଲ ସଂଗଠକ । ତାଙ୍କର ଯୋଗଦାନରେ ପଶ୍ଚିମ ଓଡିଶାରେ ବିଜେଡିରେ ସାଂଗଠନିକ ଶକ୍ତି ବୃଦ୍ଧି ପାଇଲା । ନବ ଦାସ କହିଲେ ଯେ ବିଜେଡି ଶାସନ କାଳରେ ଝାରସୁଗୁଡାର ବିକାଶ ଘଟିବ । ଏହି ଅବସରରେ ଶ୍ରୀ ଦାସ ଝାରସୁଗୁଡାରେ ରେଲୱେ ଡିଭିଜନ ,ମେଡିକାଲ କଲେଜ ଓ ଏମସ୍ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ କଡା ଚିଠି ଲେଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଥିଲେ । ସୂଚନାଯୋଗ୍ୟ ଯେ ଗତ ୧୬ ତାରିଖରେ ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ତେବେ ସେ ଇସ୍ତଫା ଦେବା ପୂର୍ବରୁ ଦଳ ତାଙ୍କୁ ବହିଷ୍କାର କରାଯାଇଥିଲା ବୋଲି ଦଳ ପକ୍ଷରୁ କୁହାଯାଇଥିଲା । କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ନବ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ ସେ ବିଜେଡିରେ ମିଶିବେ । ତାଙ୍କ ଅଂଚଳବାସୀ ·ହୁଁଥିବା ଯୋଗୁ ସେ ବିଜେଡିରେ ମିଶିବେ ବୋଲି ଲେଖିଥିଲେ ।