ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

Apr 1, 2019 - 18:06
 161
ଭୁବନେଶ୍ୱର, ୩୧/୩(ସକାଳଖବର): ଭଦ୍ରକ ସାଂସଦ ଅର୍ଜୁନ ସେଠୀଙ୍କ ବିଜେଡିରୁ ଇସ୍ତଫା ପରେ ରବିବାର ଦିନ ଦଳକୁ ଆଉ ଏକ ଝଟକା ଲାଗିଛି । ରବିବାର ଦିନ ପାର୍ଟିର ରାଜ୍ୟ ଉପସଭାପତି ରଘୁନାଥ ମହାନ୍ତି ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟତା ସହିତ ଉପ-ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିବା ଜଣା ପଡିଛି । ଏ ସମ୍ପର୍କରେ ସୂଚନା ଦେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦେଇଥିବା ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ସେ ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ । ସେ ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳ ପାଇଁ କାର୍ଯ୍ୟ କରି ଅ ।ସୁଥିଲେ । ସେ ଅ ।ହୁରି କହିଛନ୍ତି,ଦଳରେ ଅ ।ଉ ବିଜୁ ବାବୁଙ୍କ ନୀତି ଓ ଅ ।ଦର୍ଶ ନାହିଁ । ଦଳ ଏବେ ପଥଭ୍ରଷ୍ଟ ହୋଇଛି । ବିଜୁବାବୁଙ୍କ ଅ ।ଦର୍ଶରେ ଅନୁପ୍ରାଣିତ ଦଳର ବରିଷ୍ଠ ନେତାଙ୍କୁ ଏହା ଖୁବ୍ ଅ ।ଘାତ ଦେଇଛିୟ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଦ୍ୱାରା ଦଳ ପରି•ଳିତ ହେଉଛି । ସେ କହିଛନ୍ତି ଯେ ସେ ଣୁ ବାଲେଶ୍ୱରବାସୀଙ୍କ ସ୍ୱାଭିମାନକୁ ବଜାୟ ରଖିବା ପାଇଁ ଦଳରୁ ଇସ୍ତଫା ଦେଇଛନ୍ତି । ଉଲ୍ଲେଖନୀୟ ଯେ ବାଲେଶ୍ୱରର ବସ୍ତା ର୍ନିବାଚନ ମଣ୍ଡଳୀରୁ ୫ ଥର ବିଧାନସଭାକୁ ର୍ନିବାଚିତ ହୋଇଥିଲେ ରଘୁନାଥ ମହାନ୍ତି । ଏହା ପୂବରୁ ଶ୍ରୀ ରଘୁନାଥ ମହାନ୍ତି ଶନିବାର ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ଦେଇଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ସେ କହିଥିଲେ ସେ କହିଥିଲେ ଯେ ତାଙ୍କୁ ବିଜେଡି ଏଥର ପ୍ରାର୍ଥୀ କରିବ କି ନାହିଁ ତାହା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରେ । ସୂଚନାଯୋଗ୍ୟ ଯେ ବସ୍ତାର ପୂର୍ବତନ ବିଧାୟକ ରଘୁନାଥ ମହାନ୍ତି ଏହି ଆସନରୁ ୫ ଥର ବିଧାୟକ ହୋଇ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଛନ୍ତି । ତେବେ ଗତଥର ତାଙ୍କୁ ଟିକେଟ୍ ମିଳିନଥିଲା ।