ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ଉତ୍ତରାଧିକାରୀ ମନୋନୀତ କଲେ ପ୍ରଧାନ ବିଚାରପତି ୟୁ.ୟୁ. ଲଳିତ

Oct 11, 2022 - 07:12
 39
ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ଉତ୍ତରାଧିକାରୀ ମନୋନୀତ କଲେ ପ୍ରଧାନ ବିଚାରପତି ୟୁ.ୟୁ. ଲଳିତ
ନୂଆଦିଲ୍ଲୀ: ଆଜି ଭାରତର ପ୍ରଧାନ ବିଚାରପତି ୟୁ.ୟୁ. ଲଳିତ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ନାମିତ କରିଛନ୍ତି। ଏହି ଅବସରରେ, ପ୍ରଧାନ ବିଚାରପତି ସୁପ୍ରିମ୍‌ କୋର୍ଟର ସମସ୍ତ ବିଚାରପତିଙ୍କୁ ଏକ ବୈଠକରେ ଏକତ୍ର କରାଇ ବିଚାରପତି ଚନ୍ଦ୍ରଚୂଡ଼ଙ୍କୁ ସୁପାରିସ ପତ୍ରର ଗୋଟାଏ କପି ମଧ୍ୟ ପ୍ରଦାନ କରିଛନ୍ତି। ସ୍ମରଣଯୋଗ୍ୟ, ଉତ୍ତରାଧିକାରୀ ସୁପାରିସ କରିବା ଲାଗି ଅକ୍ଟୋବର ୭ ତାରିଖ ଦିନ କେନ୍ଦ୍ର ସରକାର ଭାରତର ପ୍ରଧାନ ବିଚାରପତି ଲଳିତଙ୍କୁ ଚିଠି ଲେଖିଥିଲେ। ‌ଏବେ ପ୍ରଧାନ ବିଚାରପତି ଥିବା ଲଳିତ ଅବସର ଗ୍ରହଣ କରିବାର ଦିନକ ପରେ ଅର୍ଥାତ୍‌ ନଭେମ୍ବର ୯ ତାରିଖ ଦିନ ବିଚାରପତି ଧନଞ୍ଜୟ ୟେସ୍‌ୱନ୍ତ ଚନ୍ଦ୍ରଚୂଡ଼ ଭାରତର ୫୦ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ।