ବସୁଧା ଯୋଜନା ପାଇଁ ଅତିରିକ୍ତ ୧ ହଜାର କୋଟି ଟଙ୍କା ମଂଜୁର

Feb 27, 2019 - 21:24
 129
ଭୁବନେଶ୍ୱର, ୨୭/୨(ସକାଳଖବର): ବସୁଧା ଯୋଜନାରେ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ଗୁଡିକୁ ଆଗେଇ ନେବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୧୮-୧୯ ଆର୍ଥିକ ବର୍ଷ ନିମନ୍ତେ ଅତିରିକ୍ତ ୧,୦୦୦ କୋଟି ଟଙ୍କା ମଂଜୁର କରିଛନ୍ତିି । ସୂଚନାଯୋଗ୍ୟ ଯେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧ ହଜାର କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା ରହିଛି । ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ କରିବାପାଇଁ ମୁଖ୍ୟମନ୍ତ୍ରୀ ଏହି ଅତିରିକ୍ତ ଅର୍ଥ ମଂଜୁର କରିଛନ୍ତିି । ୨୦୧୯-୨୦ ବର୍ଷ ପାଇଁ ମଧ୍ୟ ବସୁଧା ଯୋଜନାରେ ୧ ହଜାର କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି ।