ବନ୍ତଳାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା
ଅନୁଗୋଳ -୧୮/୪(ସକାଳଖବର): ଅନୁଗୋଳ ଜିଲାରେ ବିଧାନସଭା ଏବଂ ଢେ଼ଙ୍କାନାଳ ସାଂସଦ କ୍ଷେତ୍ର ପାଇଁ ଆଗାମୀ ୨୩ ତାରିଖ ତୃତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବାରେ ଲାଗିଛନ୍ତି । ଜିଲାକୁ ବିଜେପିର ହେଭିୟେଟ କେନ୍ଦ୍ରୀୟ ମନ୍ତ୍ରୀ ତଥା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟ ନାଥ ଯୋଗୀ ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିଷୟ ସଂକଳ୍ପ ସମାବେଶ କରି ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଥିବା ବେଳେ, ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଥିବା ବେଳେ, ବିଜେଡ଼ି ଦଳ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏକମାତ୍ର ଷ୍ଟାର ପ୍ରଚାରକ ଭାବରେ ଆଜି ଅନୁଗୋଳ ଜିଲାର ପାଲଲହଡ଼ା ଠାରେ ନିର୍ବାଚନି ସଭକା ପରେ ଅନୁଗୋଳ ବନ୍ତଳାଠାରେ ନିର୍ବାଚନି ସଭାରେ ଯୋଗଦେଇଥିଲେ । ବନ୍ତଳାଠାରେ ପ୍ରାୟ ୨୦ ହଜାରରୁ ଉଦ୍ଧ୍ୱର୍ ପୁରୁଷ ଓ ମହିଳା ମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ପହଞ୍ଚôବା ପରେ ମହିଳାମାନେ ହୁଳହୁଳି ଏବଂ ହାତ ହଲାଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଅସହ୍ୟ ଖରା ସତ୍ତ୍ୱେ ନବୀନ ପଟ୍ଟନାୟକଙ୍କ ମୁଖ୍ୟରୁ ଦୁଇପଦ କଥା ଶୁଣିବା ଏବଂ ଦେଖିବା ଲାଗି ଜନସାଧାରଙ୍କ ମଧ୍ୟରେ ପ୍ରବଳ ଉସôାହ ଥିବା ଦେଖାଦେଇଥିଲା । ଆୟୋଜିତ ସଭାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରୀୟଦର୍ଶୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଅନୁଗୋଳ ବିଧାନସଭା କ୍ଷେତ୍ରର ବିଜେଡ଼ି ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ସିଂହ ଏବଂ ଢେ଼ଙ୍କାନାଳ ସାଂସଦ ପ୍ରାର୍ଥୀ ମହେଶ ସାହୁ ପ୍ରମୁଖ ନବୀପ ପଟ୍ଟନାୟକଙ୍କ ସ୍ୱାଗତ କରିବା ସହିତ ବିଜେଡ଼ି ଦଳର ଆଭିମୁଖ୍ୟ ଏବଂ ନବୀନ ସରକାରଙ୍କର ଜହିତକର କାର୍ଯ୍ୟ, ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନା ସଂପର୍କରେ ବକ୍ତବ୍ୟ ରଖି ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବାକୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଆହ୍ୱାନ କରିଥିଲେ । ନବୀନ ପଟ୍ଟନାୟକ ତାଙ୍କ ଭାଷଣରେ କେନ୍ଦ୍ରର ବିଜେପି ନେତା ଓ ମନ୍ତ୍ରୀମାନଙ୍କ ତୀବ୍ର ସମାଲୋଚନା କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ବେଳେ କୌଣସି ନେତା ମନ୍ତ୍ରୀଙ୍କର ଦେଖା ମିଳନୁନଥିବା ବେଳେ ନିର୍ବାଚନ ପାଇଁ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ପ୍ରକାଶ କରିଥିଲେ । କୋଇଲା ରୟାଲଟି ଖର୍ଚ୍ଚକୁ କେନ୍ଦ୍ର ସରକାର ରାଜ୍ୟରେ ଭାଗକୁ ନବଢ଼ାଇ ଲାଭ ଆଉଆଣିଛନ୍ତି ବୋଲି କହିଥିଲେ । କୋଇଲା ଖଣି ଆଳରେ କେନ୍ଦ୍ରମନ୍ତ୍ରୀ କୋଇଲା ମାଫିଆ ଏବଂ ଠିକାଦାର ମାନଙ୍କ ପାଇଁ କାର୍ଯ୍ୟ କରୁଥିବା କହିଥିଲେ । ରାଜ୍ୟରେ କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀଙ୍କୁ ଅର୍ଥ ପ୍ରଦାନ କ୍ଷେତ୍ରରେ ବିଜେପି ବାଧା ଦେଇଥିବା କଥା କହି ବିଜେଡ଼ି ସରକାର ଗଠନର ପ୍ରଥମ ଦିନ ୨ଟି କିସ୍ତିରେ ୧୦ ହଜାର ଟଙ୍କା ଏକ କାଳିନ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ । ମୁଁ ଥିବାଯାଏ କାଳିଆ ଯୋଜନାକୁ କେହି ରୋକିପାରିବେ ନାହିଁ ବୋଲି ଦୃଢେ଼ାକ୍ତି ପ୍ରକାଣ କରି ରଜନୀକାନ୍ତ ସିଂ ଏବଂ ମହେଶ ସାହୁଙ୍କୁ ଶଙ୍ଖ ଚିହ୍ନରେ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ । ଉପସ୍ଥିତ ଜନତାଙ୍କ ମତାମତ ନୋତ ଭିତରେ ଶଙ୍ଖ ଚିହ୍ନ ପ୍ରତି ତଥା ନବୀନ ବାବୁଙ୍କ ଦଳକୁ ଲୋକମାନେ ଭୋଟ ଦେବେ ବୋଲି ଖୋଲାଖୋଲି ପ୍ରକାଶ କରିଥିଲେ । ତେବେ କିଛି ବ୍ୟକ୍ତି ବିଶେଷ ବନ୍ତଳାବାସୀଙ୍କ ନ୍ୟାର୍ଯ୍ୟ ଦାବୀ ବିଧାୟକ ରଜନୀକାନ୍ତ ସିଂହ ପୁରଣ କରିନଥିବା ବିଷୟରେ ତାଙ୍କ ବିରୋଧ କରି ସୋସିଆଲ ମିଡ଼ିଆରେ ପ୍ରଚାର କରୁଥିବା ଘଟଣା ଆଜିର ସମାବେଶ ଏବଂ ସମର୍ଥନ ସ୍ରୋତରେ କିଛି ପ୍ରଭାବ ପକାଇବ ନାହିଁ ବୋଲି ସମିକ୍ଷକମାନେ ପ୍ରକାଶ କରିଥିଲେ ।ଶଙ୍ଖ ଚିହ୍ନରେ ଅଧିକ ଭୋଟ ପଡ଼ିବ ବୋଲି ସମାବେଶ ଦୃଢ଼ ସଦେଶ ପ୍ରଦାନ କରିଥିଲେ ।