ପ୍ରଧାନମନ୍ତ୍ରୀଙ୍କ କଟକ ଗସ୍ତ ୨୬ରେ

May 19, 2018 - 14:30
 124
ପ୍ରଧାନମନ୍ତ୍ରୀଙ୍କ କଟକ ଗସ୍ତ ୨୬ରେ
କଟକ,୧୯ା୫: (ସକାଳଖବର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୬ ତାରିଖରେ କଟକ ଆସିବେ ।ଏଥିପାଇଁ ରାଜ୍ୟ ବିଜେପି ନେତାମାନଙ୍କ ପ୍ରାରମ୍ଭିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କଟକ ସହରର ବାଲିଯାତ୍ରା ଉପର ପଡ଼ିଆରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବା ପାଇଁ ସ୍ଥାନ ନିରୂପଣ ହୋଇଥିବା ଜଣାପଡ଼ିଛି । ଦେଶରେ କେନ୍ଦ୍ରସରକାରଙ୍କ ଜନହିତକର କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଓ ବିଜେପିର ସମସ୍ତ ନେତା ଜନସାଧାରଣଙ୍କୁ ଅବଗତ କରାଇବା ସହ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଓଡ଼ିଶାବାସୀଙ୍କୁ ଅବଗତ କରାଇବା ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ଲକ୍ଷ୍ୟ । ଏନେଇ ଗତ ରାତିରେ ଦଳର ରାଜ୍ୟଶାଖା ସଭାପତି ବସନ୍ତ ପଣ୍ଡା, କନକବର୍ଦ୍ଧନ ସିଂହଦେଓ, ଭୃଗୁବକ୍ସି ପାତ୍ର, ପୃଥୀରାଜ ହରିଚନ୍ଦନ, ସମୀର ମହାନ୍ତି, ସମୀର ଦେ, ବିନୋଦ ଦାସ, ହେମନ୍ତ କୁମାର ବେହେରା, ନୀରୋଦ ଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ରହି ବାଲିଯାତ୍ରା ଉପରପଡ଼ିଆ ପରିଦର୍ଶନ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ।