ନୂଆ ଆଇଜିଆରଙ୍କ କାର୍ଯ୍ୟଭାର ଗ୍ରହଣ

May 19, 2018 - 14:29
 127
କଟକ,୧୯ା୫/(ସକାଳଖବର): ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଗୋସ୍ୱାମୀ ଗୋଲାମ ଦେବତା ଆଇ.ଜି.ଆର ଭାବେ ଯୋଗଦାନ କରିଛନ୍ତି । ଆଜି ପୂର୍ବାହ୍ନରେ ଶ୍ରୀ ଦେବତା କଟକସ୍ଥିତ ରାଜସ୍ୱ ପର୍ଷଦ କାର୍ଯ୍ୟାଳୟଠାରେ ରାଜସ୍ୱ ପର୍ଷଦ ସଦସ୍ୟ ଜି.ଭି.ଭି.ଶର୍ମାଙ୍କୁ ସାକ୍ଷାତ କରି ଯୋଗଦାନ କରିଥିଲେ । ଏହି ଅବସରରେ ରାଜସ୍ୱପର୍ଷଦ ମୁଖ୍ୟ କାର୍ଯ୍ୟାଳୟ ସମେତ ନିବନ୍ଧନ ତଥା ଅନ୍ୟାନ୍ୟ ଶାଖା କାର୍ଯ୍ୟାଳୟର ପଦାଧିକାରୀ ଓ କର୍ମଚାରୀମାନେ ଶ୍ରୀ ଦେବତାଙ୍କୁ ସାକ୍ଷାତକରି ଭବ୍ୟ ସ୍ୱାଗତ ଶୁଭେଚ୍ଛା ଜ୍ଞାପନ କରିଥିଲେ । ରାଜସ୍ୱ ପର୍ଷଦରେ ଯୋଗଦାନ ପୂର୍ବରୁ ସେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ ।