ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ସପ୍ତାହ - ୨୦୧୮ ଆରମ୍ଭ”

Nov 19, 2018 - 18:16
 144
ଭୁବନନେଶ୍ୱର,୧୯/୧୧ (ସକାଳଖବର): ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ନିଦେ୍ର୍ଧଶାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ଓ ଶିଶୁମାନଙ୍କ ଅଧିକାର ସମ୍ପର୍କରେ ସମସ୍ତଙ୍କୁ ପରିଚିତ କରେଇବା । ପୋଷ୍ୟ ସନ୍ତାନ ଗ୍ରହଣକୁ ଉତ୍ସାହିତ କରିବା ନିମନ୍ତେ ରାଜ୍ୟ ପୋଷ୍ୟ ସନ୍ତାନ ଗ୍ରହଣ ଏଜେନ୍ସି ଦ୍ୱାରା ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ସଫଳ ପିତାମାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ ଯେ, ପୋଷ୍ୟ ସନ୍ତାନ ଓ ଅଭିଭାବକ ମାନେ ମିଳିତ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଏକ ଆନନ୍ଦର ବିଷୟ । ସାରା ରାଜ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକି୍ରୟାର ଉନ୍ନତି ହେବା ଆବଶ୍ୟକ ବୋଲି ସେ କହିଥିଲେ । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତିର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ, ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସଠିକ୍ ଢ଼ଙ୍ଗରେ କାର୍ଯ୍ୟକାରୀ ହେବା ଆବଶ୍ୟକ । ସେ ଆହୁରି କହିଥିଲେ ଯେ, ଶିଶୁମାନଙ୍କର ଲାଳନପାଳନ ଶିଶୁ ଯତ୍ନ ଗୃହ ବଦଳରେ ପାରିବାରିକ ପରିବେଶରେ ହେବା ଉଚିତ । ସେ ଅଭିଭାବକ ମାନଙ୍କୁ ସୁଚିନ୍ତିତ ମତାମତ ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ ।