ପଳାତକ ନୀରବ ମୋଦିଙ୍କ ଘନିଷ୍ଠ ସହଯୋଗୀ ଗିରଫ

Apr 12, 2022 - 06:43
 58
ପଳାତକ ନୀରବ ମୋଦିଙ୍କ ଘନିଷ୍ଠ ସହଯୋଗୀ ଗିରଫ
ମୁମ୍ବାଇ: ବିହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ସିବିଆଇକୁ ମିଳିଛି ବଡ ସଫଳତା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ଘନିଷ୍ଠ ସହଯୋଗୀ ସୁଭାଷ ଶଙ୍କରଙ୍କୁ ଗିରଫ କରିଛି ସିବିଆଇ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୨ ହଜାରରୁ ଅଧିକ କୋଟି ଟଙ୍କାର ଜାଳିଆତି ମାମଲାରେ ସୁଭାଷ ଶଙ୍କର ମଧ୍ୟ ଅଭିଯୁକ୍ତ ଥିଲା। ସେ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଥିଲା। ତାଙ୍କୁ ସିବିଆଇ ସ୍ୱତନ୍ତ୍ର ବିମାନ ଜରିଆରେ ଇଜିପ୍ଟର ରାଜଧାନୀ କାହିରାରୁ ମୁମ୍ବାଇ ଆଣିଛି। ସୁଭାଷଙ୍କ ବିରୋଧରେ ସିବିଆଇ ପକ୍ଷରୁ ରେଡ୍‌ କର୍ଣ୍ଣର୍‌ ନୋଟିସ୍ ଜାରି କରାଯାଇଥିଲା। ୪୯ ବର୍ଷିୟ ସୁଭାଷ ଶଙ୍କର ୨୦୧୮ରେ ନୀରବ ମୋଦି ଏବଂ ମେହୁଲ ଚୋକସିଙ୍କ ସମୟରେ ଭାରତ ଛାଡି ପଳାଇଥିଲେ। ସୁଭାଷ ପଳାତକ ନୀରବ ମୋଦିଙ୍କ ସବୁଠାରୁ ଘନିଷ୍ଠ ସହଯୋଗୀ। ଏବେ ସୁଭାଷଙ୍କୁ ମୁମ୍ବାଇ ଆଣିବା ପରେ ସିବିଆଇ ତାଙ୍କୁ ଗିରଫ କରିଛି। ତାଙ୍କୁ ପିଏନବି ଦୁର୍ନୀତି ମାମଲାରେ ମୁମ୍ବାଇର କୋର୍ଟରେ ହାଜର କରାଯିବ। ଏହାପରେ ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରିବ ସିବିଆଇ।