ନୂଆ ଭାରିଆଣ୍ଟ ବିପଜ୍ଜନକ, ଅଧିକ ସତର୍କ ରହିବା ଜରୁରୀ

Nov 29, 2021 - 07:39
 62
ନୂଆ ଭାରିଆଣ୍ଟ ବିପଜ୍ଜନକ, ଅଧିକ ସତର୍କ ରହିବା ଜରୁରୀ
ଭୁବନେଶ୍ୱର ୨୯।୧୧ : କରୋନା ଭାଇରସ୍ ଏଯାଏ ସଂପୂର୍ଣ୍ଣ ଦୂର ହୋଇନାହିଁ । ତେଣୁ ସତର୍କତାର ଆବଶ୍ୟକତା ରହିଛି । ସ୍ପେକୁଲେଶନ ଚାଲିଛି। ଏପର୍ଯ୍ୟନ୍ତ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁସାରେ ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ନୂଆ ଭାରିଆଣ୍ଟର ସଂକ୍ରମଣ କ୍ଷମତା କେତେ, ଭ୍ୟାକ୍ସିନ ଏହାକୁ ମୁକାବିଲା କରିବାରେ କେତେ କ୍ଷମତା ରହିଛି । ଏପର୍ଯ୍ୟନ୍ତ କିଛି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ଯେହେତୁ ଖବର ଆସୁଛି ଏହା ଗୋଟିଏ ନୂଆ ଭ୍ୟାରିଏଣ୍ଟ ୧୩ରୁ ଅଧିକ ମ୍ୟୁଟେସନ ରହିଛି, ତେଣୁ ସମସ୍ତେ ସତର୍କ ରହିବା ଦରକାର। ରବିବାର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଭ୍ୟାରିଏଣ୍ଟ ଅଫ କନସର୍ଣ୍ଣ ଘୋଷଣା କରିଛି। ତେଣୁ ସମସ୍ତେ ସତର୍କ ରୁହନ୍ତୁ ଯେମିତି ଏହା ସ୍ପ୍ରେଡ ନକରିବ। ଯେଉଁ ମାନେ ବିଦେଶରୁ ଆସିବେ ସେମାନେ ନେଗେଟିଭ ସାର୍ଟିଫିକେଟ ଆଣିବେ। ଏୟାରପୋର୍ଟରେ ଟେଷ୍ଟ ହେବ। ନେଗେଟିଭ ହେଲେ ବି ୭ ଦିନ କ୍ବାରେଣ୍ଟାଇନଳେ ରହିବେ । ଏୟାରପୋର୍ଟ ଅଥରିଟିକୁ ସବୁଦିନ ତାଲିକା ମଗାଯାଉଛି । ପଜିଟିଭ ଆସିଲେ ଜେନମ ସ୍ବିକେନ୍ସ ପାଇଁ ପଠାଯିବ। ସରକାରଙ୍କ କୋଭିଡ ନିୟମ ଅନୁସାରେ ସ୍କୁଲ ଖୋଲିବାକୁ ପଡ଼ିବ ।