ରୋମାଣ୍ଟିକ୍‌ ହୋଇ ଅନୁଷ୍କାଙ୍କ ସହ ଫଟୋ ସେୟାର କଲେ ବିରାଟ୍‌

Nov 29, 2021 - 07:36
 53
ରୋମାଣ୍ଟିକ୍‌ ହୋଇ ଅନୁଷ୍କାଙ୍କ ସହ ଫଟୋ ସେୟାର କଲେ ବିରାଟ୍‌
ନୂଆଦିଲ୍ଳୀ ୨୯।୧୧ : ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବେ କ୍ରିକେଟ ପଡ଼ିଆରୁ ଟିକେ ଦୂରରେ ଅଛନ୍ତି। ତାଙ୍କୁ ଟି -୨୦ ବିଶ୍ୱକପ ପରେ ବିଶ୍ରାମ ଦିଆଯାଇଥିଲା। ମୁମ୍ବାଇରେ ହେବାକୁ ଥିବା ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ସେ ଦଳରେ ଯୋଗଦେବେ। ବିରାଟ ଓ ଅନୁଯକାଙକ ଯୋଡି ଖୁବ୍ ଲୋକପ୍ରିୟ । ଦୁହେଁ ସୋସିଆଲ ମିଡିଆରେ କିଛି ନା କିଛି ରେମାଣ୍ଟିକ୍‌ ଫଟୋ ସେୟାର କରିଥାନ୍ତି । ହେଲେ ବର୍ତ୍ତମାନ ସେ ପରିବାର ସହ ସମୟ ଅତିବାହିତ କରୁଛନ୍ତି । ଗତ ରବିବାର ଦିନ ସେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ ସହ ବସି ସମୟ କାଟୁଥିବାର ନଜର ଆସିଛନ୍ତି। ସେୟାର ହୋଇଥିବା ଫଟୋରେ ବିରାଟ କୋହଲି କ୍ୟାପସନରେ ଲେଖିଛନ୍ତି, ତୁମେ ମୋ ସହିତ ଥିଲେ, ମୁଁ ସବୁ ଜାଗା ଘର ପରି ଲାଗିଥାଏ । ଏହି ଫଟୋରେ ଉଭୟ ନଦୀ କୂଳରେ ବସିଥିବାର ନଜର ଆସିଛନ୍ତି। ବିରାଟଙ୍କ ଏହି ଫଟୋକୁ ବହୁତ ପସନ୍ଦ କରାଯାଇଥିବା ବେଳେ ଖୁବ୍‌ ଲାଇକ୍‌ ମଧ୍ୟ ମିଳିଥିଲା । ପୋଷ୍ଟ କରିବାର ୧ ଘଣ୍ଟା ମଧ୍ୟରେ ୨୦ ଲକ୍ଷରୁ ଅଧିକ ୟୁଜର୍ସ ଏହି ଫଟୋକୁ ପସନ୍ଦ କରିଛନ୍ତି। ଏହି ଫଟୋ ଉପରେ ଅନୁଷ୍କା ଶର୍ମା ଏକ ମଜାଳିଆ କମେଣ୍ଟ ଦେଇଛନ୍ତି। ସେ ଲେଖିଛନ୍ତି, ‘ଏହା ଏକ ଭଲ କଥା କାରଣ ତୁମେ କ୍ୱଚିତ୍‌ ଘରେ ରୁହ।’ ଅନୁଷ୍କାଙ୍କ କମେଣ୍ଟକୁ ପ୍ରାୟ ୫୦ ହଜାର ଲୋକ ଲାଇକ କରିଛନ୍ତି। ବିରାଟ କୋହଲି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି । ସେ କିଛି ନା କିଛି କରିବାର ଫଟୋ ଭିଡିଓ ସେୟାର କରିଥାନ୍ତି ।