ଅଟୋକୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍‌, ଡ୍ରାଇଭର ମୃତ

Oct 18, 2022 - 05:27
 51
ଅଟୋକୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍‌, ଡ୍ରାଇଭର ମୃତ
ସମ୍ଵଲପୁର ୧୮।୧୦ : ଅଟୋକୁ ଧକ୍କା ଦେଲା ପାନ ମସଲା ବୋଝେଇ ପିକଅପ୍ ଭ୍ୟାନ୍। ଏହି ଦୁର୍ଘଟଣାରେ ଅଟୋ ଡ୍ରାଇଭର ମୃତ୍ୟୁ ଘଟିଛି। ମୃତ ଅଟୋ ଡ୍ରାଇଭର ଗୋଶାଳା ଅଞ୍ଚଳର ବୋଲି ଜଣାପଡିଛି । ସମ୍ଵଲପୁର ଗୋଶାଳା ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଖବର ଅନୁଯାୟୀ, OD 15 P 3024 ନମ୍ବର ବିଶିଷ୍ଟ ଏକ ଅଟୋ ବୁର୍ଲା ପଟୁ ଗୋଶାଳା ଆସୁଥିଲା। ଏହି ସମୟରେ OD 15L 0568 ନମ୍ବର ବିଶିଷ୍ଟ ଏକ ପିକଅପ୍ ଭ୍ୟାନ୍ ବରଗଡ଼ ଆଡକୁ ଯାଉଥିବା ବେଳେ ପଛରୁ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ପିକଅପ୍ ଡ୍ରାଇଭର ଗୁରୁତର ହୋଇଛନ୍ତି। ତେବେ ଏତେ ମାତ୍ରାରେ ପାନ ମସଲା ଲୋଡିଂ ହୋଇ କୁଆଡେ ଯାଉଥିଲା ସେନେଇ ପ୍ରଶ୍ନ ଉଠୁଛି।