ନାବାଳିକା ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ ଦେଲେ ପକ୍ସୋ କୋର୍ଟ

Jul 27, 2019 - 07:33
 145
ଅନୁଗୋଳ, ୨୬/୭(ସକାଳଖବର): ଜଣେ ୧୨ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା କରିବା ଅଭିଯୋଗରେ ଜଣେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୋଳର "ପକ୍ସୋ' କୋର୍ଟ । ଉକ୍ତ ଘଟଣାର ବିଚାର କରି ବି·ରପତି ସୁରେଶ ଚନ୍ଦ୍ର ପ୍ରଧାନ ଅଭିଯୁକ୍ତ ଅନାମ ଦେହୁରୀକୁ ଏହି ଦଣ୍ଡ ଦେଇଛନ୍ତି । ଘଟଣାରେ ମୋଟ ୩୬ ଜଣ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଏହି ରାୟ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ଜାନୁଆରୀ ୨୦ ତାରିଖରେ ନାବାଳିକା ବାପାଙ୍କ ପାଖକୁ ଖାଦ୍ୟ ଧରି ଯାଉଥିଲା ବେଳେ ଅଭିଯୁକ୍ତ ଅନାମ ନାବାଳିକାକୁ ଏକୁଟିଆ ପାଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏଥିରେ ନାବାଳିକା ପ୍ରତିବାଦ କରିବାରୁ ଅଭିଯୁକ୍ତ ତାକୁ ମାଡ଼ ମାରିବା ସହ ପରେ ପଥରରେ ଛେଚି ଅତି ନୃଶଂସ ଭାବେ ହତ୍ୟା କରିଥିଲା । ହତ୍ୟା କରିବାପରେ ନାବାଳିକାକୁ ଏକ ନାଳରେ ଫିଙ୍ଗିନେଇ ଅନାମ ଫେରାର ହୋଇଯାଇଥିଲା । ଏହି ଘଟଣାକୁ ନେଇ ସେତେବେଳେ ଉତେଜନା ପ୍ରକାଶ ପାଇଥିଲା । ପରେ ଅନୁଗୋଳ ପୋଲିସ୍ ଅଭିଯୁକ୍ତକୁ କୋଲକତାରୁ ଗିରଫ କରି କୋର୍ଟ ·ଲାଣ କରିଥିଲା ।