ଦୁବା‌ଇରେ ନବୀନ: ଆଜି ରାଜ୍ୟରେ ପୁଞ୍ଜିନିବେଶ ଲାଗି କରିବେ ଆହ୍ୱାନ

Jun 29, 2022 - 07:40
 45
ଦୁବା‌ଇରେ ନବୀନ: ଆଜି ରାଜ୍ୟରେ ପୁଞ୍ଜିନିବେଶ ଲାଗି କରିବେ ଆହ୍ୱାନ
ଭୁବନେଶ୍ବର: ଦୁବା‌ଇରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜି ନିବେଶକ ସମ୍ମିଳନୀ ଆୟୋଜନ କରାଯାଉଛି । ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ମଧ୍ୟ ‌ଶେଷ ହୋଇଛି । ଫିକି ସହଯୋଗରେ ଆୟୋଜନ କରାଯାଉଥିବା ଏହି ଇନ୍‌ଭେଷ୍ଟର୍ସ ମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ପୁଞ୍ଜିନିବେଶକାରୀଙ୍କ ପାଇଁ ଥିବା ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ଅବଗତ କରାଇବେ । ରାଜ୍ୟର ୬ଟି ଅଗ୍ରାଧିକାର କ୍ଷେତ୍ର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଓ ପେଟ୍ରୋକେମିକାଲ୍ସ, ବୟନ, ଡାଉନ୍‌ଷ୍ଟ୍ରିମ୍ ଆଣ୍ଡ୍ ଆନ୍ସିଲାରି, ଇଏସ୍‌ଡିଏମ୍-ଆଇଟି ଓ ଆଇଟିଇଏସ୍, ଅଟୋ ଓ ଅଟୋ ଯନ୍ତ୍ରାଂଶରେ ନିବେଶ ଲାଗି ଅନୁରୋଧ କରିବେ । ଏହା ବ୍ୟତୀତ ଖଣି, ଖଣିଜ,ଧାତବ ଓ ମାନୁଫାକ୍ଚରିଂ କ୍ଷେତ୍ର ଲାଗି ପୁଞ୍ଜିନିବେଶ ଆଣିବାକୁ ମଧ୍ୟ ଉଦ୍ୟମ କରାଯିବ । ଦୁବାଇର ଦି ଓବରଏର ବିଜ୍‌ନେସ୍ ବେ’ରେ ଆୟୋଜିତ ହେଉଥିବା ଏହି କାର୍ୟ୍ୟକ୍ରମରେ ସାମିଲ୍‌ ହେବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ ପ୍ରମୁଖ ଦୁବାଇରେ ପହଞ୍ଚି ସାରିଛନ୍ତି ।