କଂଗ୍ରେସରେ ଯୋଗଦେଲେ ଅନ୍ତର୍ଜାତୀୟ ହକି ଖେଳାଳି ପ୍ରବୋଧ ତିର୍କୀ

Sep 4, 2023 - 13:12
 34
କଂଗ୍ରେସରେ ଯୋଗଦେଲେ ଅନ୍ତର୍ଜାତୀୟ ହକି ଖେଳାଳି ପ୍ରବୋଧ ତିର୍କୀ
ଭୁବନେଶ୍ୱର,୪।୯(ସୁନିତ ମିଶ୍ର): ଅନ୍ତର୍ଜାତୀୟ ହକି ଖେଳାଳି ତଥା ଭାରତର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ସୋମବାର କଂଗ୍ରେସରେ ଯୋଗ ଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଚେଲାକୁମାର, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଭୁବନେଶ୍ୱର କଂଗ୍ରେସ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପ୍ରବୋଧ କଂଗ୍ରେସରେ ସାମିଲ ହୋଇଥିଲେ। ରାହୁଲ ଗାନ୍ଧୀଙ୍କ ଆର୍ଦଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳରେ ସାମିଲ ହୋଇଥିବା ପ୍ରବୋଧ କହିଛନ୍ତି। ପ୍ରବୋଧ ଭାରତ ପାଇଁ ୧୬୧ଟି ମ୍ୟାଚ୍‌ ଖେଳିଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ଚେନ୍ନାଇରେ ଅନୁଷ୍ଠିତ ଏସିଆ କପ୍‌ ଜିତିଥିଲା।