ଦୁଇ ଯୁବକକୁ ୨୦ ବର୍ଷ ଜେଲ ଓ ଜୋରିମାନା

Aug 20, 2018 - 14:50
 198
ଦୁଇ ଯୁବକକୁ ୨୦ ବର୍ଷ ଜେଲ ଓ ଜୋରିମାନା
ବାରିପଦା,୨୦/୮ (ସକାଳଖବର): ବାରିପଦା ଚିଲଡ୍ରେନ୍ସ କୋର୍ଟ ଜଜ୍ ସମର ବିଳାଶ ବେହେରା ଏକ ନାବାଳିକା ଗଣଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ଦୁଇ ଯୁବକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତିଳପୋଷ ଗ୍ରାମର କାଳି ଚରଣ ମହାନ୍ତଙ୍କ ପୁଅ ରଞ୍ଜନ ମହାନ୍ତ(୩୩) ଓ ନୂଆଗାଁ ଗ୍ରାମର ସୁରେଶ ଚନ୍ଦ୍ର ମହାନ୍ତଙ୍କ ପୁଅ ତପନ ମହାନ୍ତ(୨୪)ଙ୍କୁ ଭାରତୀୟ ଦଣ୍ଡବିଧାନ ଆଇନ ଧାରା ୫୦୬ ଅନୁସାରେ ଏକ ବର୍ଷ ଜେଲ ଓ ୫ ହଜାର ଟଙ୍କା ଜୋରିମାନା ଏବଂ ଏହା ଅନାଦେୟ ହେଲେ ଅଧିକ ୩ ମାସ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ସେହିପରି ଧାରା ୩୭୬(ଡ଼ି)ରେ ୨୦ ବର୍ଷ କାରାଦଣ୍ଡ, ୨୦ ହଜାର ଟଙ୍କା ଅର୍ଥଦଣ୍ଡ ଓ ଅନାଦେୟରେ ଅଧିକ ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରିଥିବା ବେଳେ ଏହି ସମସ୍ତ ଦଣ୍ଡବିଧାନ ଏକକାଳୀନ ଲାଗୁ ହେବ ବୋଲି ରାୟରେ ଦର୍ଶାଇଛନ୍ତି ।