ତୁଳସୀ ବିବାହ ଓ କନ୍ଦରାସୁର ବଧ ଉତ୍ସବ

Nov 19, 2018 - 18:13
 156
ତୁଳସୀ ବିବାହ ଓ କନ୍ଦରାସୁର ବଧ ଉତ୍ସବ
କେନ୍ଦ୍ରାପଡ଼ା, ୨୦/୧୧ (ସକାଳଖବର): ତୁଳସୀ ଚେତନା ପରିଷଦ ଆନୁକୁଲ୍ୟରେ ଆସନ୍ତା ୨୦ତାରିଖ ମଙ୍ଗଳବାର ଗୋପସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ତୁଳସୀ ବିବାହ ଓ ତୁଳସୀ ମହିଳା ମହାବିଦ୍ୟାଳୟ ସମ୍ମୁଖ ପଡିଆରେ କନ୍ଦରସୁର ବଧ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ଉସôବରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମୁଖ୍ୟ ଅତିଥି ଓ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ,ଜିଲ୍ଲାପାଳ ଦାଶରଥୀ ଶତପଥୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଉତ୍ସବର ସହତ୍ୱ ସଂପର୍କେ କହିଥିଲେ । ତୁଳସୀ ଚେତନା ପରିଷଦର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଏହି ଉସôବରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।