ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ପ୍ରସଙ୍ଗ

Aug 16, 2018 - 15:10
 176
ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ପ୍ରସଙ୍ଗ
କଟକ,୧୬ା୮(ସକାଳଖବର): କଳାହାଣ୍ଡି ଫରେଷ୍ଟ ସାଉଥ ଡିଭିଜନ ଅଧିନରେ ହୋଇଥିବା ଏକ ଟେଣ୍ଡରରେ ଅନିୟମିତତାକୁ ନେଇ ହାଇକୋର୍ଟରେ ଶକ୍ତି ବାୟୋ ଫର୍ଟିଲାଇଜର ପକ୍ଷରୁ ଦାୟର ମାମଲା ଉପରେ ମୁଖ୍ୟ ବିଚାରପତି ଜଷ୍ଟିସ କଳ୍ପେସ ସତ୍ୟେନ୍ଦ୍ର ଜାଭେରୀ ଓ ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯିବା ସହ ସମସ୍ତ ରେକର୍ଡ ଦାଖଲ କରାଯାଇଛି । ତେବେ ଏହି ପ୍ରସଙ୍ଗରେ ପ୍ରତି ଜବାବ ରଖିବା ପାଇଁ କୋର୍ଟ ଆବେଦନକାରୀଙ୍କୁ ନିଦେ୍ର୍ଧଶ ଦେବା ସହ ଚୂଡ଼ାନ୍ତ ଶୁଣାଣି ପାଇଁ ଆସନ୍ତା ସେପ୍ଟେମ୍ବର ମାସ ୩ତାରିଖକୁ ଧାର୍ଯ୍ୟ କରିଛନ୍ତି ।