କୁନ୍ଦୁଲି ଘଟଣାର ପ୍ରଥମ ମାମଲା ପ୍ରତ୍ୟାହୃତ

May 31, 2018 - 06:29
 177
କୁନ୍ଦୁଲି ଘଟଣାର ପ୍ରଥମ ମାମଲା ପ୍ରତ୍ୟାହୃତ
କଟକ,୩୧ା୫(ସକାଳଖବର): କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ସର୍ବ ପ୍ରଥମେ ରୁଜୁ ହୋଇଥିବା ମାମଲା ହାଇକୋର୍ଟରୁ ପ୍ରତ୍ୟାହାର କରାଯାଇଛି । କୁନ୍ଦୁଲି ପ୍ରସଙ୍ଗକୁ ନେଇ ପ୍ରଥମେ ଆଇନଜୀବୀ ଗୌତମ ସିଦ୍ଧିକୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ପାଇଁ ସିବିଆଇ କିମ୍ବା ଏନଆଇଏକୁ ପକ୍ଷଭୁକ୍ତ କରି ମାମଲା ରୁଜୁ କରିଥିଲେ । ଏହି ମାମଲାରେ ଏବେ ଶୁଣାଣି ଚାଲିଥିବାବେଳେ ଆବେଦନକାରୀ ଆଇନଜୀବୀ ସିଦ୍ଧିକୀ ମାମଲା ପ୍ରତ୍ୟାହୃତ କରିଛନ୍ତି । ଏହି ପ୍ରସଙ୍ଗରେ ଯେହେତୁ ତାଙ୍କ ପରିବାର ଲୋକେ ନ୍ୟାୟାଳୟ ଆସିଛନ୍ତି, ସେ କ୍ଷେତ୍ରରେ ମାମଲା ଚଳାଇବାର ଆବଶ୍ୟକତା ନାହି ବୋଲି ଦର୍ଶାଇ ସେ ମାମଲାରୁ ଓହରିଆସିଥିବା ଏକ ବିଜ୍ଞପ୍ତିରେ କହିଛନ୍ତି ।