ଜେସିବି ପୋଡ଼ିଲେ ନକ୍ସଲ

Jul 25, 2022 - 06:03
 50
ଜେସିବି ପୋଡ଼ିଲେ ନକ୍ସଲ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନେ ହିଂସାକାଣ୍ଡ ଘଟାଇଛନ୍ତି। ଗତକାଲି ସଂଧ୍ୟା ସମୟରେ ପଦେଡ଼ା ଗାଁରେ ଜିଓ ଟାୱାର ବସାଇବା ପାଇଁ ନିୟୋଜିତ ଥିବା ତିନୋଟି ଜେସିବି ଗାଡ଼ିକୁ ନକ୍ସଲମାନେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏଥିସହ କାମ କରୁଥିବା କର୍ମଚାରୀଙ୍କୁ ନିର୍ଧୂମ ମାଡ଼ ମାରିଛନ୍ତି। ଆଗକୁ ସହିଦ ସପ୍ତାହ ଥିବାରୁ ନକ୍ସଲମାନେ ଏପରି ହିଂସା କାଣ୍ଡ ଘଟାଉଥିବା ଜଣାଯାଇଛି। ବିଭିନ୍ନ ସରକାରୀ ଜିନିଷକୁ ଲୁଟପାଟ୍‌ କରିବା ସହ ପୋଡ଼ି ଦେବା ସହ ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି। ଅନ୍ୟପକ୍ଷରେ ଆସନ୍ତା ୨୮ ରୁ ଅଗଷ୍ଟ ୩ ତାରିଖ ଯାଏ ନକ୍ସଲ ମାନେ ସହିଦ ସପ୍ତାହ ପାଳନ କରୁଛନ୍ତି। ଏନେଇ ଗଣମାଧ୍ୟମକୁ ଏକ ଅଡିଓ ଟେପ ମାଧ୍ୟମରେ ଜଣାଇଛନ୍ତି। ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା ନକ୍ସଲମାନେ କିଭଳି ଜଳ ଜଙ୍ଗଲ ନିମନ୍ତେ ଲଢେଇ କରି ନିଜର ଜୀବନକୁ ଆହୁତି ଦେଇଛନ୍ତି । ଏମାନଙ୍କ ପାଇଁ ଗାଁ ଗାଁରେ ସ୍ମୃତି ଚାରଣ କରିବା ସହ ସେମାଙ୍କ ବଳିଦାନକୁ ମନେ ପକାଇବାକୁ ଆହ୍ୱାନ କରିଛନ୍ତି। ଆନ୍ଧ୍ର ଓଡ଼ିଶା ବୋଡ଼ର ଜୋନାଲ କମିଟି ସମ୍ପାଦକ ଗଣେଶ ଏହି ଅଡିଓ ଟେପ ମାଧ୍ୟମରେ ସାଧାରଣ ଜନତା ଓ ବୁଦ୍ଧିଜୀବୀଙ୍କୁ ଆହ୍ୱାନ ଦେଇଛନ୍ତି।