ଗଣତନ୍ତ୍ରର ଶକ୍ତି ବଳରେ ମୁଁ ଏଠାରେ ପହଞ୍ଚିଛି:ଦ୍ରୌପଦୀ ମୁର୍ମୁ

Jul 25, 2022 - 06:01
 50
ଗଣତନ୍ତ୍ରର ଶକ୍ତି ବଳରେ ମୁଁ ଏଠାରେ ପହଞ୍ଚିଛି:ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ସବୁ ଅପେକ୍ଷାର ଅନ୍ତ ଘଟିଛି। ଦେଶର ପ୍ରଥମ ନାଗରିକ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ମୟୂରଭଞ୍ଜର ଉପରବେଡା ଭଳି ଗୋଟିଏ ଛୋଟିଆ ଗାଁରେ ଜନ୍ମ ଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁ ଏବେ ମାଡାମ ପ୍ରେସିଡେଣ୍ଟ ହୋଇଛନ୍ତି। ଆଜି ସେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସି ଏନଭି ରମନ୍ନା ପଦ ଓ ଗୋପାନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ନେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ । ଦେଶବାସୀଙ୍କୁ ବିନମ୍ରତାର ସହ ଅଭିନନ୍ଦନ ଜଣାଉଛି । ନୂଆ ଦାୟିତ୍ୱ ମୋ ପାଇଁ ବଡ ସୌଭାଗ୍ୟର ବିଷୟ । ସମସ୍ତଙ୍କର ପ୍ରୟାସରେ ଉଜ୍ଜ୍ୱଳ ଭାରତର ନିର୍ମାଣ ହୋଇଛି । ଗଣତନ୍ତ୍ରର ଶକ୍ତି ବଳରେ ମୁଁ ଏଠାରେ ପହଞ୍ଚିଛି । ଭାରତରେ ଗରିବର ସ୍ୱପ୍ନ ବି ପୂରଣ ହୁଏ । ରାଷ୍ଟ୍ରପତି ପଦରେ ବସିବା ମୋର ବ୍ୟକ୍ତିଗତ ଉପଲବ୍ଧି ନୁହେଁ ଏହା ପ୍ରତ୍ୟେକ ଗରିବଙ୍କ ଉପଲବ୍ଧି । ରାଷ୍ଟ୍ରପତି ପଦରେ ବସିବା ଦର୍ଶାଉଛି ଯେ, ଦେଶର ପ୍ରତିଟି ଗରିବ ସ୍ୱପ୍ନ ଦେଖିପାରିବ ଓ ଏହାକୁ ପୂରା କରିପାରିବ । ମହିଳାଙ୍କ ହିତ ମୋ ପାଇଁ ସର୍ବୋପରି । “ଦେଶର ସର୍ବକନିଷ୍ଠ ରାଷ୍ଟ୍ରପତି ଭାବରେ ମୁଁ ନିଜକୁ ସୌଭାଗ୍ୟ ମନେକରୁଛି। ଓଡ଼ିଶାର ଏକ ଛୋଟ ଆଦିବାସୀ ଗାଁରୁ ଆରମ୍ଭ କରିଥିଲି ରାଜନୈତିକ ଜୀବନ। ମୁଁ ହେଉଛି ଗାଁର ପ୍ରଥମ କଲେଜ୍‌ ଯାଇଥିବା ଝିଅ’। କାଉନସିଲରରୁ ରାଷ୍ଟ୍ରପତି ହେବାର ସୌଭାଗ୍ୟ ମତେ ମିଳିଛି”। ସମସ୍ତ ସାଂସଦ ଓ ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ମହାମହିମ ମୁର୍ମୁ। ପୁଣି କହିଲେ ସ୍ବାଧିନତାର ୭୫ ବର୍ଷ ପୂରଣ ଅବସରରେ ମତେ ନୂଆ ଦାୟୀତ୍ବ ମିଳିଛି। ଦେଶର ସ୍ବାଧିନତା ପରେ ଜନ୍ମ ନେଇଥିବା ମୁଁ ହେଉଛି ପ୍ରଥମ ରାଷ୍ଟ୍ରପତି। ଲୋକତନ୍ତ୍ରର ଶକ୍ତି ହିଁ ଆଜି ମତେ ଏଠାରେ ପହଞ୍ଚାଇଛି। ଦେଶର ନାଗରିକଙ୍କୁ ବିନମ୍ରତାର ସହିତ ଅଭିନନ୍ଦନ ଜଣାଉଛି। ନୂଆ ଦାୟୀତ୍ବ ପାଇଁ ସୌଭାଗ୍ୟ ମନେ କରୁଛି”।