ଜିଏସ୍‌ଟି ଅର୍ଥକୁ ନେଇ ବିଧାନସଭାରେ ଉଦ୍‌ବେଗ

Sep 6, 2021 - 09:34
 107
ଜିଏସ୍‌ଟି ଅର୍ଥକୁ ନେଇ ବିଧାନସଭାରେ ଉଦ୍‌ବେଗ
ଭୁବନେଶ୍ୱର: ଜିଏସ୍‌ଟି ଅର୍ଥ ରାଜ୍ୟକୁ କେନ୍ଦ୍ର ସରକାର ଦେଉ ନଥିବାରୁ ବିଧାନସଭାରେ ଉଦ୍‌ବେଗ । ଜିଏସଟି ଅର୍ଥ ଦେବାରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଆପଣାଉଛନ୍ତି । ଆଦାୟଠାରୁ କମ୍ ଅର୍ଥ ଦେଉଛନ୍ତି କେନ୍ଦ୍ର ସରକାର । ଜିଏସଟି ଆଦାୟ ୪୨ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦-୨୧ରେ ଜିଏସଟି ବାବଦ ଅର୍ଥ ଓଡ଼ିଶା ପାଇନି । ୩୨ ଶହ କୋଟିରୁ ଅଧିକ ଟଙ୍କା କେନ୍ଦ୍ର ଉପରେ ବାକି ଅଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ଯେତିକି ଜିଏସଟି ଅର୍ଥ ଆଦାୟ ହେଉଛି, ତାହାର ଯଥେଷ୍ଟ କମ ଟଙ୍କା ରାଜ୍ୟକୁ ପ୍ରଦାନ କରାଯାଉଛି । ୨୦୨୦-୨୧ ବର୍ଷରେ ମଧ୍ୟ ଓଡ଼ିଶାର ଜିଏସଟି ପ୍ରାପ୍ୟ କେନ୍ଦ୍ର ଉପରେ ବାକି ରହିଛି । ୩୨ ଶହ କୋଟିରୁ ଅଧିକ ଟଙ୍କା କେନ୍ଦ୍ର ଉପରେ ବାକି ପଡିଥିବାବେଳେ କେନ୍ଦ୍ର ସରକାର ଏଥିପ୍ରତି ନିଦା ବିଷ୍ଣୁ ପାଲଟିଛନ୍ତି । ଯାହାକୁ ନେଇ ଆଜି ବିଧାନସଭାରେ ଉଦବେଗ ପ୍ରକାଶ ପାଇଥିବା ପରିଲିଖିତ ହୋଇଛି ।