ବାଘ ଛାଲ ଜବତ, ୭ ଗିରଫ

Apr 7, 2022 - 05:41
 54
ବାଘ ଛାଲ ଜବତ, ୭ ଗିରଫ
କରଞ୍ଜିଆ : ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ସଂସ୍ଥା ଓ ବନବିଭାଗ ପଞ୍ଝାରେ ୭ ବାଘଛାଲ ବେପାରୀ । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ପୁରୁଣା ବସଷ୍ଟାଣ୍ଡ ଠାରେ କାରବାର ଚାଲିଥିବା ବେଳେ ଏମାନଙ୍କୁ ଗିରଫ କରାଯାଇଛି । । ସୂଚନାନୁଯାୟୀ, କେନ୍ଦୁଝର ବନଖଣ୍ଡ ଅଞ୍ଚଳରୁ ଏକ କଲରା ପତରିଆ ବାଘ ଛାଲ ଆଣି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ପୁରୁଣା ବସଷ୍ଟାଣ୍ଡ ଠାରେ ବୁଧବାର ରାତିରେ ଡିଲ୍ ଚାଲିଥିଲା । ଏହି ସମୟରେ ଦୁଧିଆଣି ରେଞ୍ଜର ବନ କର୍ମଚାରୀ, କେନ୍ଦୁଝର ବନବିଭାଗ ଓ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ସଂସ୍ଥା ମିଳିତ ଭାବେ ଚଢ଼ାଉ କରିଥିଲା । ଏହି ଚଢାଉରେ ୭ ଜଣ ବେପାରୀଙ୍କୁ ଗିରଫ କରାଯାଇଛି। ଏହା ସହିତ ବାଘ ଛାଲ ଓ ଏକ କାର ଜବତ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଦୁଧିଆଣି ରେଞ୍ଜ ଅଫିସକୁ ଆଣି ଅଧିକ ପଚରାଉଚୁରା କରୁଛି ବନବିଭାଗ । ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ ଜଣ ଯଶୀପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୫ ଜଣ କେନ୍ଦୁଝର ଜିଲ୍ଲାର ବୋଲି ଜଣା ପଡ଼ିଛି ।