ଜମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା

Jul 31, 2019 - 18:59
 158
ଜାମ୍ମୁ, ୩୧/୭(ସକାଳଖବର): ଜାମ୍ମୁ କାଶ୍ମୀରରେ କିଛି ଦିନ ଧରି ପ୍ରବଳ ବର୍ଷା ହେବା କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି । ଭୀଷଣ ବର୍ଷା କାରଣରୁ ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗକୁ ବନ୍ଦ କରିଦିଆଯାଇଛି । କେତେକ ସ୍ଥାନରେ ମାଟି ଘର ଭୁଷୁଡ଼ି ପଡ଼ିବା ଦ୍ୱାରା ଏକ ପିଲାର ମୃତୁ୍ୟ ଘଟିଛି । ମା ଓ ପିଲା ମଧ୍ୟ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧମପୁରରେ ଥିବା ଜିଲ୍ଲା ହସପିଟାଲରେ ଭର୍ତି କରାଯାଇଛି । ଖବର ନେବାରେ ଜଣାଯାଏ ଯେ, ଗତ କିଛି ଦିନ ଧରି ପ୍ରବଳ ବର୍ଷା କାରଣରୁ ଉଦ୍ଧମପୁରଠାରୁ ୧୩ କି.ମି. ଦୂରରେ ଥିବା ଏକ ବାଙ୍କ ରାସ୍ତାରେ ଭୂସ୍ଖଳନ ହେବା ଯୋଗୁଁ ରାଷ୍ଟ୍ରୀୟ ରାଜମାର୍ଗରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ସେଥିପାଇଁ ଗାଡ଼ି ଗୁଡ଼ିକ ବହୁତ ଲମ୍ବା ଲାଇନରେ ଛିଡ଼ା ହୋଇରହିଥିଲା । ସେଥିପାଇଁ ଅମରନାଥ ଯାତ୍ରୀଙ୍କୁ ଯିବାପାଇଁ ବନ୍ଦ ରଖାଯାଇଛି । ହାଇୱେ ଅଥରିଟି ବୁଲଡୋଜର ଏବଂ ଅନ୍ୟ ମେସିନ ଲଗାଇ ରାସ୍ତା ସଫା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅନ୍ୟପକ୍ଷରେ ପ୍ରବଳ ବର୍ଷା ଯୋଗୁ ଉଦ୍ଧମପୁରର ବିଭିନ୍ନ ସ୍ଥାନରେ ପ୍ରବଳ କ୍ଷୟକ୍ଷତି ଘଟିଛି । ଏକ କଚ୍ଚା ଘର ଭାଙ୍ଗିବା ଯୋଗୁଁ ଜଣେ ପିଲା ମୃତୁ୍ୟ ବରଣ କରିଥିବା ବେଳେ ମା ଓ ଝିଅ ଆହତ ହୋଇଛନ୍ତି । ମୃତୁ୍ୟବରଣ କରିଥିବା ପିଲାର ବାପାଙ୍କ ନାମ ପବନ କୁମାର ଓ ପିଲାର ନାମ ଜୀବନ ଲାଲ । ବୟସ ୮ ବର୍ଷ ହେବ ବୋଲି ଜଣାଯାଇଛି । ଆହତ ହୋଇଥିବା ଝିଅ ସୁନୀତା (୧୩) ଏବଂ ମା ଚଂଚଳା (୩୩) ବୋଲି ଜଣାପଡ଼ିଛି । ଏହି ଦୁଇ ମା ଝିଅଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତି କରାଯାଇଛି । ଉଦ୍ଧମପୁରଠାରେ ୬ ରୁ ଅଧିକ ଘର ଭାଙ୍ଗି ଯାଇଥିବା ବେଳେ ଚନ୍ନିମୋଡ଼ଠାରେ ଦୁଇଟି ଘର ଭାଙ୍ଗିଯାଇଛି । ଏୟାରଫୋର୍ସ ପାଖରେ ଅଧିକ ପାଣି ହେବା ଯୋଗୁ ସଡ଼କ ଭାଙ୍ଗି ଯାଇଥିଲା । ଯାହାକି ଲୋକମାନେ ପାଦରେ ଚାଲିବା ପାଇଁ ମଧ୍ୟ ସମ୍ଭବ ନୁହେଁ । ସତେନୀ ଠାରେ ମଧ୍ୟ ଅଧିକ ପାଣି ହେବାରୁ ସେଠାକାର ଲୋକମାନେ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ସ୍ୱର ଉତୋଳନ କରିଥିଲେ । କାରଣ ସେଠାରେ ଥିବା ଅଧିକାଂଶ ଘରେ ଓ ଦୋକାନରେ ପାଣି ପଶିଯାଇଥିଲା । ଏହା ଦ୍ୱାରା ସେଠାରେ ଗାଡ଼ି ମୋଟରର ପ୍ରବଳ ଜାମ ହୋଇଯାଇଥିଲା । ପ୍ରବଳ ବର୍ଷା କାରଣରୁ ଉଦ୍ଧମପୁର-ଘୋରଡ଼ି ମାର୍ଗ, ଉଦ୍ଧମପୁର-ପଂଚେରୀ ମାର୍ଗ ରେ ଯାତାୟତ ଠପ୍ ହୋଇଯାଇଛି । ଉଦ୍ଧମପୁର-ଚିନ୍ନେନି ରାସ୍ତା ବନ୍ଦ ହୋଇଯାଇଥିବା ଯୋଗୁ ଶହ ଶହ ଲୋକ ଫସି ରହିଛନ୍ତି । ଦ୍ୱିପହର ସମୟକୁ ବର୍ଷା ସାମାନ୍ୟ ହ୍ରାସ ହେବାରୁ ଲୋକମାନେ ସ୍ୱାଭାବିକ ଚଳାଚଳ କରିଥିଲେ ।