ଜଜଙ୍କୁ ବିଦାୟୀକାଳିନ ସମ୍ବର୍ଦ୍ଧନା

Jun 12, 2018 - 05:10
 172
କଟକ, ୧୧ା୬(ସକାଳଖବର): ତୃତୀୟ ଅତିରିକ୍ତ ଜିଲ୍ଲା ଜଜ୍ ଭାବେ କଟକରେ କାର୍ଯ୍ୟ କରୁଥିବା ଆନନ୍ଦ ନାରାୟଣ ମହାରଣାଙ୍କୁ ନିମ୍ନ ଅଦାଲତ ପରିସରରେ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍ ସଞ୍ଜୟ କୁମାର ସାହୁ, ଏମଏସିଟି ବାରର ସଂପାଦକ ବିଜୟ କୁମାର ମହାନ୍ତି, କ୍ରିମିନାଲ କୋର୍ଟସ ବାରର ପୂର୍ବତନ ସଭାପତି ରଣଜିତ କେଶରୀ ରାୟ, ସରକାରୀ ଓକିଲ ଦେବାଶିଷ ସାମନ୍ତରାୟ, ଶୁଭେନ୍ଦୁ ପ୍ରସାଦ ମହାନ୍ତି ପ୍ରମୁଖ ଶ୍ରୀ ମହାରଣାଙ୍କ କାର୍ଯ୍ୟଶୈଳୀର ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିମ୍ନ ଅଦାଲତର କର୍ମଚାରୀ ଓ ବହୁ ଆଇନଜୀବୀ ଏହି ସଭାରେ ଉପସ୍ଥିତ ଥିଲେ ।