ବନ୍ଧୁକ ମୂନରେ ୩ଲକ୍ଷ ୨୦ହଜାର ଟଙ୍କା ଲୁଟ ।

Dec 28, 2020 - 14:07
 164
ବନ୍ଧୁକ ମୂନରେ  ୩ଲକ୍ଷ ୨୦ହଜାର ଟଙ୍କା ଲୁଟ ।
ଭୁବନେଶ୍ୱର ୨୮/୧୨(ସକାଳଖବର): ଆଜି ବାଲେଶ୍ୱର ଖାନ୍ ନଗର ନିକଟରେ ଦିନ ୧୦ଟା ବେଳେ ଜେସିବି କମ୍ପାନୀର ଆକାଉଂଟାଂଟଙ୍କୁ ଫାଇରିଂ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁଇଜଣ ଦୁର୍ବୃତ୍ତ । ଆକାଉଂଟାଟ ଅଶୋକ ଓ ସିକୁରିଟି ଗାର୍ଡ଼ କଲେକ୍ସନ୍ କରି ଆଣିଥିବା ୩ଲକ୍ଷ ୨୦ହଜାର ଟଙ୍କା ନେଇ ନିଜ ଅଫିସକୁ ଆସୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ ।ଟଙ୍କା ନଦେବାରୁ ଅଶୋକଙ୍କ ଗୋଡ଼କୁ ଫାଇରିଂ କରିଥିଲେ ଦୁର୍ବୃତ । ସେହି ସମୟରେ ଟଙ୍କା ବ୍ୟାଗ୍ ନେଇ ଫେରାର ହୋଇଛନ୍ତି ଦୁର୍ବୃତ୍ତ । ତେବେ ଅଶୋକଙ୍କୁ ବାଲେଶ୍ୱର ମେଡ଼ିକାଲରେ ଚିକିତ୍ସା କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।