ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତର ଜାମିନ୍ ଖାରଜ

Jun 12, 2018 - 05:11
 213
ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତର ଜାମିନ୍ ଖାରଜ
କଟକ, ୧୧ା୬(ସକାଳଖବର): ଦରଘାବଜାର ଅଞ୍ଚଳର ଏକ ନାବାଳିକା ବଳାକ୍ରାର ମାମଲାରେ ଗିରଫ ହୋଇଥିବା ବାଉଁଶ ଗଳିର ସେକ ଜୋଇହୁର ଖାନ ଓରଫ ମୁନାର ଜାମିନ ଆବେଦନକ ଉପରେ ପ୍ରଥମ ଅରିତିକ୍ତ ଜିଲ୍ଲା ଜଜ୍ ସଞ୍ଜୟ କୁମାର ସାହୁ ଶୁଣାଣି କରି ଖାରଜ କରିଦେଇଛନ୍ତି । ସୂଚନାଯୋଗ୍ୟ ଯେ, କଂସେଇ ଗଳିରେ ଭଡାରେ ରହୁଥିବା ମୁନାର ଘର ସମ୍ମୁଖରେ ରହୁଥିବା ୯ ବର୍ଷର ବାଳିକାକୁ ଏକୁଟିଆ ପାଇ ଅସଦାଚରଣ କରିଥିବା ସଂପର୍କରେ ନାବାଳିକାର ପିତା ଦରଘାବଜାର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୁ୍କ୍ତକୁ ଗତ ୬ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସରକାରଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ସାମନ୍ତରାୟ ମାମଲା ପରିଚାଳନା କରୁଥିଲେ ।