ବାଲି ଯାତ୍ରାର ଗର୍ବ ଓ ଗୌରବ
ନୂଆଦିଲ୍ଲୀ, ୧୧ ଜୁନ୍, ୨୦୧୮ : ଇଣ୍ଡୋନେସିଆ ପର୍ଯ୍ୟଟନ ବିଭାଗ,
ଭାରତୀୟ ସାଂସ୍କୃତିକ ପରିଷଧ, ଓଡ଼ିଶା ପର୍ଯ୍ୟଟନ ବିଭାଗ ତଥା ଦି ଟେଲିଗ୍ରାଫ୍
ପକ୍ଷରୁ ବାଲି ଯାତ୍ରାର ଗର୍ବ ଓ ଗୌରବ ସମ୍ପର୍କିତ କାର୍ଯ୍ୟକ୍ରମ କୋଲକତାର
ରବିନ୍ଦ୍ରନାଥ ଠାକୁର କେନ୍ଦ୍ରଠାରେ ୨୦୧୮ ଜୁନ୍ ୯ ତାରିଖଠାରୁ ୧୧ ତାରିଖ
ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି ।
ବାଲିଦ୍ୱୀପକୁ ଯାତ୍ରାକୁ ବାଲି ଯାତ୍ରା କୁହାଯାଇଥାଏ । ଓଡ଼ିଶା ସହିତ ବାଲି ଦ୍ୱୀପର
ବାଣିଜ୍ୟ ଅତି ପ୍ରାଚୀନ କାଳରୁ ଜାରି ରହିଛି ।
ବାଲିଯାତ୍ରା ଅବସରରେ ସାଧବ ପୁଅଙ୍କ ବୋଇତ ବନ୍ଦାଣ ଉତ୍ସବ ସମ୍ପନ୍ନ
ହୋଇଥାଏ । ଭାରତୀୟ ନୌବାଣିଜ୍ୟ ଅତିପ୍ରାଚୀନ କାଳରୁ ଦକ୍ଷିଣ-ପୂର୍ବ ଏସିଆ
ରାଷ୍ଟ୍ର ସହିତ ଜାରି ରହିଛି ।
ବାଲି ଯାତ୍ରାର ଗର୍ବ ଓ ଗୌରବ ଅତି ପ୍ରାଚୀନ କାଳରୁ ଇଣ୍ଡୋନେସିଆର ବାଲି
ଦ୍ୱୀପ ସହିତ ଜାରି ରହିଥିବାବେଳେ ଭାରତ ସହିତ ଇଣ୍ଡୋସିଆର ସମ୍ପର୍କ ତଥା
ସାଂସ୍କୃତିକ ପରିବେଶ ବେଶ୍ ରୁଦ୍ଧିମନ୍ତ ହୋଇପାରିଛି ।
ବାଲି ଯାତ୍ରାର ଗୌରବମୟ ଗାଥା ପାଇଁ ୨୦୧୩ ନଭେଙ୍କରରେ କଟକଠାରୁ
ଓଡ଼ିଶା ମେରିଟାଇମ୍ ମୁ୍ୟଜିୟମ୍ ଇନ୍ଟାକ୍ ତଥା ଇଣ୍ଡୋନେସିଆ ପର୍ଯ୍ୟଟନ
ବିଭାଗ ମିଳିତ ସହଯୋଗରେ ବାଲି ଯାତ୍ରା ଅବସରେ ଏହି ପ୍ରକଳ୍ପ ଆରମ୍ଭ
ହୋଇଛି ।
ନୂଆଦିଲ୍ଲୀ ଏବଂ ବାଲି ଦ୍ୱୀପ ମଧ୍ୟରେ ଏନେଇ ସ୍ୱତବ କାର୍ଯ୍ୟଧାରା ଜାରି ରହିଛି ।
ଏହି ପ୍ରକଳ୍ପ ଅନ୍ତର୍ଗତ ଏହା କାର୍ଯ୍ୟ କରୁଛି । ୨୦୧୮ ମାର୍ଚ୍ଚ ୭ ତାରିଖରେ
ନୂଆଦିଲ୍ଲୀର ଇଣ୍ଡୋନେସିଆ ଦୂତାବାସରେ ଏପରି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ
ହୋଇଥିବାବେଳେ ସମ୍ପ୍ରତି ୨୦୧୮ ଜୁନ୍ ୮ ତାରିଖଠାରୁ ୧୧ ତାରିଖ ପର୍ଯ୍ୟନ୍ତ
କୋଲକତାଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
ପ୍ରଦର୍ଶନୀ ପୂର୍ବରୁ ଏକ କଫି ଟେବୁଲ୍ ବୁକ୍ ଏବଂ ବୃତଚିତ୍ର ଏହି ଅବସରରେ
ଅନୁଷ୍ଠିତ ହେବ । ଏହି ଫିଲ୍ମର ନିର୍ମାଣ ସୁଦିପ୍ ସେନ୍ଙ୍କ ଦ୍ୱାରା କରାଯାଇଛି । ଏହି
୪ଦିନିଆ କାର୍ଯ୍ୟକ୍ରମରେ ୩ ଦିନ ପାଇଁ ବାଲିଦ୍ୱୀପର ବିଭିନ୍ନ ଖାଦ୍ୟ ଉତ୍ସବଌୁନ୍ ୯
ତାରିଖରେ ହାୟତ୍ ରିଜେନ୍ସିଠାରେ ଅନୁଷ୍ଠିତ ହୋଇଛି ।
ଏହି ଅବସରରେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ସିଦ୍ଧାର୍ଥୋ ସୂର୍ଯେ୍ୟାଦିପୁରୋ
କହିଲେ,” ଏହି ପ୍ରକଳ୍ପର ଶୁଭାରମ୍ଭ କରି ଆମେ ବେଶ୍ ଆନନ୍ଦିତ । ଏହି ପ୍ରକଳ୍ପ
ଭାରତୀୟ ସାଂସ୍ୃତିକ କିପରି ଇଣ୍ଡୋନେସିଆକୁ ପ୍ରଭାବିତ କରିଛି ତାହା ସୂଚିତ
କରିଛି ।”
ଏହି ଅବସରରେ ଇଣ୍ଡୋନେସିଆ ସହକାରୀ ପର୍ଯ୍ୟଟନ ମବୀ ପ୍ରଫେସର
ଆଇ ଗେଡେ ପିଟାନା କହିଲେ,” ବାଲି ଯାତ୍ରାର ଗର୍ବ ଓ ଗୌରବ ସାଂସ୍କୃତିକ
ପରିବେଶକୁ ଏହି ପ୍ରକଳ୍ପ ରୁଦ୍ଧିମନ୍ତ କରିବାକୁ ସକ୍ଷମ ହେବ ।”
ଏହି ଅବସରରେ ଆଇସିସିଆର୍ ଆଂଚଳିକ ନିଦେ୍ର୍ଧଶକ ଶ୍ରୀ ଗୌତମ ଦେ
କହିଲେ,” ପ୍ରକଳ୍ପର ଏହି କାର୍ଯ୍ୟକ୍ରମ ଦ୍ୱାରା ଭାରତ ଓ ଇଣ୍ଡୋନେସିଆର ସମ୍ପର୍କ
ସୁଦୃଢ଼ ହୋଇପାରିବ ।”
ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ନିଦେ୍ର୍ଧଶକ ଡଃ.ନୀତୀନ ବି. ଜ୍ୱାଲେ
କହିଲେ,” ଏହି ପ୍ରକଳ୍ପ ଦ୍ୱାରା ଭାରତର ସଂସ୍କୃତି ଇଣ୍ଡୋନେସିଆକୁ ପ୍ରଭାବିତ
କରିପାରିବ । ଭାରତ ନୌବାଣିଜ୍ୟ ଇତିହାସ ଆମ ରାଜ୍ୟରୁ ହିଁ ଆରମ୍ଭ
ହୋଇଛି । ଏହାଦ୍ୱାରା ଅଗାମୀ ଦିନରେ ଅନେକ ସୁଫଳ ମିଳିବାର ସମ୍ଭାବନା
ରହିଛି”
ଏହି ଅବସରରେ ଇଣ୍ଡିକା ପ୍ରା.ଲିଃ. ନିଦେ୍ର୍ଧଶକ ସୁଦୀପ ସେନ୍ କହିଲେ,”
କଲୋନିଆଲ୍ ସମୟ ପୂର୍ବରୁ ଭାରତ ଇଣ୍ଡୋନେସିଆର ନୌବାଣିଜ୍ୟ ଜାରି
ରହିଛି । ଏହା ଇଷ୍ଟ ଇଣ୍ଡିଜ୍, ଲେସ୍ ଇଣ୍ଡେସ ଓରିଏଂଟାଲ ଭାବେ ବେଶ୍
ପରିଚିତ ।”