ଚିଟଫଣ୍ଡ କମିସନ, ଅର୍ଥ ଫେରସ୍ତ ପାଇଲେ ୧୦ଜମାକାରୀ

Aug 22, 2018 - 08:00
 194
ଚିଟଫଣ୍ଡ କମିସନ, ଅର୍ଥ ଫେରସ୍ତ ପାଇଲେ ୧୦ଜମାକାରୀ
କଟକ,୨୧ ।୮(ସକାଳଖବର): ଚିଟଫଣ୍ଡ କମିସନ ଜଷ୍ଟିସ ମଦନ ମୋହନ ଦାସଙ୍କ କାର୍ଯ୍ୟାଳୟରେ ଏକ କମ୍ପାନୀ ହାଜର ହୋଇ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିଛି । କମିସନଙ୍କ ନିଦେ୍ର୍ଧଶକ୍ରମେ ବିଭୁ କଲ୍ୟାଣ ଇନଫ୍ରା ପ୍ରାଇଭେଟ ଲିମିଟେଡ ପକ୍ଷରୁ ଓକିଲ ସୁବାଶିଷ ମହାପାତ୍ର ଓ ଶ୍ରୀମତୀ ଦିପ୍ତି ମିଶ୍ର ହାଜର ହୋଇ ୧୦ଜଣ ଜମାକାରୀଙ୍କୁ ଡ୍ରାଫ୍ଟ ଆକାରରେ ଟଙ୍କା ପ୍ରଦାନ କରିଛନ୍ତି । ତେବେ ଏହି କମ୍ପାନୀ ୩୦ଜଣ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ଥିବାବେଳେ ପୂର୍ବରୁ ୧୨ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିଥିଲା । ଆସନ୍ତା ସେପ୍ଟେମ୍ବର ମାସ ୨୫ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବାବେଳେ ଆଉ ୮ଜଣ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ କମିସନ ନିଦେ୍ର୍ଧଶ ଦେଇଛନ୍ତି ।