ଖଣି ଦୁର୍ଘଟଣା ମୃତୁ୍ୟ ସଂଖ୍ୟା ୩ କୁ ବୃଦ୍ଧି

Jul 27, 2019 - 07:30
 130
ଅନୁଗୋଳ, ୨୬/୭(ସକାଳଖବର): ଅନୁଗୋଳ ଜିଲ୍ଲା ତାଳଚେରସ୍ଥିତ ଏମସିଏଲର ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଧସିବା ଘଟଣାରେ ଆଜି ଆଉ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନେ ହେଲେ ପମ୍ପ ଅପରେଟର ରାଜକିଶୋର ମହାପାତ୍ର ଓ ସୁପରଭାଇଜର୍ ରଶ୍ମିରଞ୍ଜନ ବେହେରା । ରଶ୍ମୀଙ୍କ ଘର ଗୋବରା ଗାଁରେ ହୋଇଥିବା ବେଳେ ରାଜକିଶୋରଙ୍କ ଘର ନକେଇପଶି ଗ୍ରାମରେ । ଏହା ସହିତ ଘଟଣାରେ ମୃତକଙ୍କ ସଂଖ୍ୟା ୩ କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ରମେଶ ଦାଶ ନାମକ ଅନ୍ୟ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି । ସେ ଏଠାରେ ସିକୁ୍ୟରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ଅନ୍ୟପକ୍ଷରେ ଖଣି ସୁରକ୍ଷା ଦାବିରେ ଆଜି ବିଜେପି ପକ୍ଷରୁ ଖଣି ବନ୍ଦ ଆନେ୍ଦାଳନ କରାଯାଇଛି । ଖଣି ବନ୍ଦ ଯୋଗୁଁ କୋଇଲା ଉତୋଳନ ଓ ପରିବହନ ବିଶେଷ ଭାବେ ବାଧାପ୍ରାପ୍ତ ହୋଇଛି । ପ୍ରକାଶ ଥାଉ କି, ଗତ ୨୩ ତାରିଖ ରାତି ପ୍ରାୟ ସାଢେ଼ ୧୦ଟା ସମୟରେ ଏମସିଏଲର ଭରତପୁର କୋଇଲା ଖଣିରେ ହଠାତ୍ ବ୍ଲାଂଷ୍ଟିଂ ଯୋଗୁଁ ପାହାଡ଼ ସଦୃଶ ମାଟି ଅତଡ଼ା ଧସି ଯାଇଥିଲା । ୧୩ ରୁ ଉଦ୍ଧ୍ୱର୍ ଶ୍ରମିକ ଏହା ତଳେ ଚାପି ହୋଇ ରହିଯାଇଥିଲେ । ୯ ଜଣ ଶ୍ରମିକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇପାରିଥିଲା । ଅନ୍ୟ ୪ ଜଣ ନିଖୋଜ ଥିଲେ । ଗତ ୨୪ ତାରିଖ ଦିନ ସେମାନଙ୍କ ମଧ୍ୟରୁ ଜଣକର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଆଉ ଦୁଇ ଜଣଙ୍କରମୃତଦେହ ଉଦ୍ଧାର କରାଯାଇଥିଲା ।