କେନ୍ଦୁଝର ଥଣ୍ଡା: ମା ସହ ନବଜାତ ଶିଶୁ ବାରଣ୍ଡାରେ

Jan 10, 2019 - 19:01
 170
କେନ୍ଦୁଝର ଥଣ୍ଡା: ମା ସହ ନବଜାତ ଶିଶୁ ବାରଣ୍ଡାରେ
କେନ୍ଦୁଝର, ୧୦ /୧(ସକାଳଖବର): କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିସôାଳୟର ବାରଣ୍ଡା ଚଟାଣରେ ର ଅତ୍ୟନ୍ତ ଦୟନୀୟ ଭାବେ ପଡି ରହିଛନ୍ତି ନବଜାତ ଶିଶୁ ଓ ମା । ସେମାନେ ପାଉଥିବା ଯମଯନ୍ତ୍ରଣା ପାଇିଁ କାହାର ନିଘା ନାହିଁ । ସରକାର ଙ୍କର ବିଜୁ ସ୍ୱାସ୍ଥ କଲ୍ୟାଣ ଯୋଜନା ଠାରୁ ଆରମ୍ଭ କରି କାହିଁ କାହିଁ କେତେ କଣ ଯୋଜନା ରହିଛି । ଜାତୀୟ ସ୍ୱାସ୍ଥ ମିସନ ରେ ମଧ୍ୟ କୋଟି କୋଟି ଟଙ୍କା ବ୍ୟୟ ହେଉଛି । କେନ୍ଦୁଝର ଜିଲ୍ଲା ପ୍ରଶାସନ ମଧ୍ୟ ଲୋକ ଙ୍କୁ ସ୍ୱାସ୍ଥ ସେବା ଯୋଗାଇ ଦେବା ଉଦେ୍ଧଶ୍ୟରେ ଖଣି ପ୍ରତିଷ୍ଠାନ ପାଣ୍ଠି ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଚ୍ଚ ଦରମା ରେ ଡାକ୍ତର ନିଯୁକ୍ତ କରିଛନ୍ତି ସତ , କିନ୍ତୁ ସମସ୍ତେ ଅସଲ ଭିତିଭୂମୀ ବିକାଶ କଥା ସଂପୂର୍ଣ୍ଣ ଭୂଲିଯାଇଛନ୍ତି । ଫଳରେ ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ସଢୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ସୁଧାର ଆସି ପାରୁନାହିଁ । ବେଡ୍ ର ଅଭାବ କାରଣ ରୁ ପ୍ରବଳ ଶୀତ କାକାର ରେ ଆଜି ବି ନବଜାତ ଶିଶୁ ସହ ମାଁ ଚଟାଣରେ ପଡି ଥରୁଛନ୍ତି । ଏପଟେ ରୋଗୀଙ୍କ ଉପରେ ସବୁ ଦୋଷ ଲଦି ଦାୟିତ୍ୱ ଶେଷ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିସôାଳୟର ମୁଖିଆ । । କେନ୍ଦୁଝର ଜିଲ୍ଲା ରେ ଗତ କିଛି ଦିନ ଧରି ପ୍ରବଳ ଥଣ୍ଡା ଅନୁଭୂତ ହେବା ସହ ପାରଦ ଖସି ରହୁଛି ୬ ରୁ ୯ ଡିଗ୍ରୀ ମଧ୍ୟରେ । ଏବଂ ଏହି ଥଣ୍ଡାରେ କେନ୍ଦୁଝର ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ଚିକିତ୍ସାଳୟ ବିଭାଗରେ ଅସଲ ଚିତ୍ର ଆଖିକୁ ସହଜେ ବିଶ୍ୱାସ କରି ହେବ ନାହିଁ । ଲକ୍ଷ ଲକ୍ଷ ଟଙ୍କାରେ ନବ ନିର୍ମିତ ଏହି ବିଭାର ରେ ଆଶ୍ଚର୍ଯ୍ୟ ଜନକ ଭାବେ ରୋଗୀ ଙ୍କ ପାଇଁ କିନ୍ତୁ ସ୍ଥାନ ନାହିଁ । ଫଳରେ ବାଧ୍ୟ ହୋଇ ଏଠାରେ ଖୋଲା ମେଲା ବାରଣ୍ଡା ଚଟାଣ ରେ ନବଜାତ ଶିଶୁ ଙ୍କ ସହ ସେମାନଙ୍କର ମାଁ ଓ ସଂମ୍ପର୍କିୟ ମାନେ ପ୍ରବଳ ଥଣ୍ଡାରେ ପଡିି ରହିବାକୁ ବାଧ୍ୟ ହେଉଛନ୍ତି । ପ୍ରବଳ ଥଣ୍ଡାରେ ସୁଇଟର , ଜ୍ୟାକେଟ ସହ ଏକାଧିକ କମ୍ବଳ ଘୋଡାଇ ହେଲେ ସୁଦ୍ଧା ଥଣ୍ଡାରୁ ନିସ୍ତାର ମିଳୁନାହିଁ । ଫଳରେ ନବଜାତ ଶିଶୁ କୁ କମ୍ବଳରେ ଘୋଡାଇ କୋଳରେ ଧରି ରାତି ତମାମ ବସିରହି ଯମଯନ୍ତ୍ରଣା ଭୋଗିବାକୁ ବାଧ୍ୟ ହେଉଛନ୍ତି ଶିଶୁ ର ମାଁ ଓ ସମ୍ପର୍କିୟ ମାନେ । କିମ୍ବା ନିଆଁ ଲଗାଇ ତାର ଚାରିପାଖରେ ବସିରହୁଛନ୍ତି । ଆଉ ଏହି ଖୋଲା ମେଲା ବାରଣ୍ଡାରେ କିଛି ନିଳ ରଙ୍ଗର ଚାରି ଫୁଟିଆ ସ୍କ୍ରିନ୍ ଟାଙ୍ଗି ଦେଇ ୧୦ ଡିଗ୍ରୀ ତଳେ ଥିବା ଥଣ୍ଡା କୁ ଅଟକାଇବାର ସ୍ୱାସ୍ତ ବିଭାଗ ପକ୍ଷରୁ ହାସ୍ୟାଷ୍ପଦ ପ୍ରୟାସ କରାଯାଇଛି ଯାହାକି ଧର୍ମକୁ ଆଖିଠାର ମାରିବା ସଦୃଶ୍ୟ ହୋଇଛି । କିନ୍ତୁ ଅନ୍ୟପଟ ଡାକ୍ତରଖାନା ବାରଣ୍ଡା ରେ ବେଡ୍ ପଡ ିରହି ନଷ୍ଟ ହେଉଥିଲେ ସୁଦ୍ଧା ତାହା ଚଟାଣରେ ଥଣ୍ଡା କାକର ରେ ପଡି ରହିଥିବା ରୋଗୀ ଙ୍କୁ ଦିଆଯାଉ ନାହିଁ । ଯାହାକୁ କି ମୁଖ୍ୟ ଚିକିସôାଧିକାରୀଙ୍କ ଦାୟିତ୍ୱହୀନତା ବୋଲି ଅଭିଯୋଗ ହୋଇଛି । ଏପରି କି କେତେକ କୋଠରୀ ର ଗ୍ରୀଲ ରେ କାଗଜ ପେଟି କୁ ଚିରି ତାର ପଟି ଦେଇ ନିଜର ଦାୟିତ୍ୱ ସାରିଦେଇଛନ୍ତି ଚିକିତ୍ସାଲୟ କର୍ତୃପକ୍ଷ । ଏପରିକି କିଛି ରୋଗୀ ମଧ୍ୟ ଥଣ୍ଡା ସହି ନ ପାରି ରାତି ତମାମ ନିଆ ଜଳାଇ ବସି ରହିବାକୁ ବାଧ୍ୟ ହେଉଥିବା ଖୋଲାଖୋଲି ପ୍ରକାଶ କରିଛନ୍ତି । କିନ୍ତୁ ଏପଟେ ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଚୋ÷÷ଧୁରୀ ସ୍ୱରୂପ ମିଶ୍ର ବାଢିଛନ୍ତି ବତଣ୍ଡା ଯୁକ୍ତିି । ଏବଂ ସବୁ ଦୋଷ ରୋଗୀଙ୍କ ଉପରେ ଲଦି ନିଜକୁ ଦାୟିତ୍ୱ ମୁକ୍ତ ଉଦ୍ୟମ କରିଛନ୍ତି । କ୍ଷମତା ଠାରୁ ଅଧିକ ରୋଗୀ ଆସୁଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା ଭଳି ହାସ୍ୟାସ୍ପଦ ଯୁକ୍ତି ବାଢିଥିବା ବେଳେ ଖତ ଖାଉଥିବା ବେଡ୍ କଥା ଭୁତାଇଏଡାଇ ଯିବାକୁ ଚେଷ୍ଟା କରିଥିଲେ ।