କେଉଁଠି ଭାସିଗଲା ଅସ୍ଥାୟୀ ପୋଲ, କେଉଁଠି ବୁଡ଼ିଗଲା ବ୍ରିଜ୍‌

Sep 13, 2021 - 10:36
 97
କେଉଁଠି ଭାସିଗଲା ଅସ୍ଥାୟୀ ପୋଲ, କେଉଁଠି ବୁଡ଼ିଗଲା ବ୍ରିଜ୍‌
ଭୁବନେଶ୍ୱର: ଗତକାଲିଠୁ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଯୋଗୁ ସ୍ଥିତି ବେହାଲ ହୋଇପଡ଼ିଛି। ବର୍ଷା ଯୋଗୁ କେଉଁଠି ବ୍ରିଜ ଉପରେ ପାଣି ଚାଲୁଛି ତ ଆଉ କେଉଁଠି କଲଭର୍ଟ ଭାସି ଯାଇଛି। ଆଉ କେଉଁଠି ଅସ୍ଥାୟୀ ବାଉଁଶ ପୋଲ ଭାସିଯାଇଛି। ଏପରି ଖବର ଆସିଛି କନ୍ଧକାଳ ଓ ଗଞ୍ଜାମ ଜିଲ୍ଲାରୁ।ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲ୍ଲା ଫୁଲବାଣୀର ନଦୀଗଣ୍ଡି ସାହି-ଡାକପୋଲ ବ୍ରିଜ ବୁଡ଼ିଯାଇଛି। ବ୍ରିଜ ଉପରେ ପାଣି ଚାଲୁଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। କ. ନୂଆଗାଁ ବ୍ଲକର ସାରଙ୍ଗଡ଼ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଛି। ସେହିପରି ପୁରୁଣା ଜଗନ୍ନାଥ ମନ୍ଦିରର ଉପର ଅଂଶ ଭୁଶୁଡ଼ି ପଡ଼ିଛି।ସେହିପରି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର-ବାଲିପଦର ମଧ୍ୟରେ ନିର୍ମାଣାଧୀନ ଏକ କଲଭର୍ଟ ଭାସିଯାଇଛି। ବୋଡା ନଦୀରେ ନିର୍ମିତ କଲଭର୍ଟ ଭାସିଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଲଗାଣ ବର୍ଷା ଯୋଗୁ ଗୁଞ୍ଜିବାଡ଼ି ପଞ୍ଚାୟତ ବିରିଣ୍ଡାପଡ଼ାକୁ ସଂଯୋଗ କରୁଥିବା ପୋଲ ଭାସିଯାଇଛି। ଅସ୍ଥାୟୀ ପୋଲ ଭାସିଯିବାରୁ ୫ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।